ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୪ ; ସହଜ ନୁହଁ ପୁରୁଷ ହେବା , କାହିଁକି କାନ୍ଦିପାରନ୍ତନି ସେମାନେ ?
1 min readଏହି ଦିନ ପ୍ରତିବର୍ଷ ନଭେମ୍ବର ୧୯ ରେ ପାଳନ କରାଯାଏ ଆନ୍ତର୍ଜାତୀୟ ପୁରୁଷ ଦିବସ ଯାହା ସମସ୍ତଙ୍କ ଜୀବନରେ ଅଧିକ ଅବଦାନ ପାଇଁ ସେମାନଙ୍କ ଜୀବନରେ ପୁରୁଷମାନଙ୍କୁ ପ୍ରଶଂସା ଏବଂ ପାଳନ କରିଥାଏ ଜ୍ଝସମାଜ, ପରିବାର ଏବଂ ସମ୍ପ୍ରଦାୟରେ ପୁରୁଷଙ୍କ ଅବଦାନକୁ ଚିହ୍ନିବା ଏବଂ ପାଳନ କରିବା ପାଇଁ ଆନ୍ତର୍ଜାତୀୟ ପୁରୁଷ ଦିବସ ଏକ ମହତ୍ୱପୂର୍ଣ୍ଣ ଉତ୍ସବ । ଏହି ଦିନ ପୁରୁଷଙ୍କ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ଲିଙ୍ଗଗତ ସମାନତା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ, ଯାହା ଦ୍ୱାରା ପୁରୁଷ ପୁରୁଷ ଆଦର୍ଶକୁ ଉତ୍ସାହିତ କରିଥାଏ ଏବଂ ଆଜିର ଦୁନିଆରେ ପୁରୁଷମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକ ଉପରେ ଆଲୋଚନାକୁ ଉତ୍ସାହିତ କରିଥିଲେ ।
ଲିଙ୍ଗଗତ ସମାନତାର ଗୁରୁତ୍ୱକୁ ଗୁରୁତ୍ୱ ଦେଇ ସମାଜରେ ପୁରୁଷଙ୍କ ଅବଦାନକୁ ସ୍ୱୀକୃତି ଦେଇ ୧୯୬୦ ଦଶକରୁ ଏକ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଇଁ ଅଭିଯାନ ଜାରି ରହିଛି। ଆନ୍ତର୍ଜାତୀୟ ପୁରୁଷ ଦିବସ(IMD)୧୯୯୯ ରେ ତ୍ରିନିଦାଦ ଏବଂ ଟୋବାଗୋରେ ଥିବା ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ଜେରୋମ ଟିଲୁକ୍ସିଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।
ପୁରୁଷ ହେବା ସହଜ ନୁହଁ !
ପୁରା ସମାଜ କୁହେଁ ଯେ ପୁରୁଷ ହେବା ଖୁବ୍ ସହଜ । କାହିଁକି ନା ନାରୀ ମାନେ ଯେତେ ସ୍ୱାବଲମ୍ବୀ ହେଲେ ବି ପୁରୁଷ ସହ ସମାନତା କରିପାରନ୍ତି ନାହିଁ । ତାଙ୍କ କ୍ଷମତା , ସାହସ ଆଉ ଧର୍ଯ୍ୟହିଁ ତାଙ୍କୁ ପୁରୁଷ ବନାଇଥାଏ । ଏମିତିକି ପୁରୁଷମାନଙ୍କୁ ପିଲାଦିନରୁ ଶିଖାଇ ଦିଆଯାଏ ଯେ ପୁରୁଷଜାତି କେବେ କାନ୍ଦନ୍ତିନି ଆଉ ଏକଥା ଶିଖାଏ ସମାଜ ଆଉ ତା ନିଜ ପରିବାର । କିନ୍ତୁ ପରବର୍ତ୍ତି ସମୟରେ ଯେତେବେଳେ ସେ ଏସବୁ ଶିଖି ନିଜକୁ କଠୋର ବନାଇଥାଏ ସେତେବେଳେ ଏଇ ସମାକ ହିଁ ତାକୁ ତା କଠୋରତା ଉପରେ ଆକ୍ଷେପ କରିବା ଆରମ୍ଭ କରିଥାଏ । କିନ୍ତୁ କାହିଁକି ପୁରୁଷକୁ ହିଁ ପିଲାଦିନରୁ କଠୋର ହେବାକୁ ଶିଖାଯାଏ ? କାହିଁକି ତା କାନ୍ଧରେ ହିଁ ପରିବାରର ଭାର ଲଦିଦିଆଯାଏ ? ଯଦି ପୁରୁଷ ମହିଳା ସମାନ ତ ଦୁହିଁଙ୍କୁ ହିଁ ସମାନ ଢଙ୍ଗରେ ଦାୟିତ୍ୱ ନେବାକୁ ପଡିବ । କିନ୍ତୁ କାହିଁକି ପୁରୁଷକୁ ବଳଦ କରି ତା ବେକରେ ଜୁଆଳି ଝୁଲାଇ ଦିଆଯାଏ ।
କାହିଁକି ଆଜି ବି ଲୁଚି ଲୁଚି କାନ୍ଦେ ପୁରୁଷ ଜାତି । ମଣିଷ ତ ଆମେ ସବୁ ସମାନ , କଷ୍ଟ ବି ଆମକୁ ସମାନ ଭାବେ ହିଁ ହୋଇଥାଏ । କିନ୍ତୁ ପୁରୁଷ କାହିଁକି ଲୁହ ଗଡାଇପାରେନି ଆଜି ବି ଉତ୍ତର ନାହିଁ ଏହି ସମାଜ ପାଖରେ ।