Pratidin TV

Odisha's Digital News Platform

ଅନ୍ତର୍ଜାତୀୟ ଯୋଗ ଦିବସରେ ଅଘଟଣ: ଅଳ୍ପକେ ବର୍ତ୍ତିଗଲେ କେନ୍ଦ୍ର ରେଳମନ୍ତ୍ରୀ(Video)

1 min read

ନୂଆଦିଲ୍ଳୀ: ଅନ୍ତର୍ଜାତୀୟ ଯୋଗ ଦିବସରେ କୋଣାର୍କରେ ଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସ ଏବଂ ନବକଳେବର ଅନୁଧ୍ୟାନ ପାଇଁ କୋଣାର୍କରେ ରହିଥିବା ବେଳେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।କୋଣାର୍କରେ ଯୋଗ ଦିବସ ପାଳନ କରି ଫେରିବାବେଳେ ମନ୍ଦିର ସାମନାରେ ଥିବା ତୋରଣଟି ବୈଷ୍ଣବଙ୍କ ଗାଡ଼ି ଉପରେ ଖସି ପଡ଼ିଥିଲା । ସୌଭାଗ୍ୟବଶତଃ ମନ୍ତ୍ରୀ ଗାଡ଼ିରେ ନଥିଲେ ତେବେ ଗାଡ଼ିର ଉପରି ଭାଗ ଚେପା ହୋଇଯାଇଛି । ତେବେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିମ୍ନମାନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି ।

ପ୍ରସ୍ତାବିତ ନବକଳେବର ପାଇଁ ଆଜି ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ବୁଲି ଦେଖିଛନ୍ତି । ବର୍ତ୍ତମାନର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୁରୀ ସ୍ୱତନ୍ତ୍ର ପ୍ଲାନ ଓ ଡିଜାଇନକୁ ଦେଖିଛନ୍ତି । ଏହାସହ ଏଥିରେ କିଛି ପରିବର୍ତ୍ତନ ନେଇ ସେ ଆଲୋଚନା ମଧ୍ୟ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଗମନାଗମନ, ଆନୁଷଙ୍ଗିକ ବ୍ୟବସ୍ଥା ଓ ଟ୍ରେନ ଚଳାଚଳ ସମୟରେ ଯେମିତି କିଛି ବାଧା ନ ଉପୁଜିବ ତାହାକୁ ସେ ଗୁରୁତ୍ୱ ଦେଇଛନ୍ତି ।ନବକଳେବର ପ୍ରୋଜେରେ ଅତ୍ୟାଧୁନିକ ପ୍ଲାଟଫର୍ମ, ସ୍ୱତନ୍ତ୍ର ବସିବା ସ୍ଥାନ, ଏସ୍କାଲେଟର, ଡରମାଟାରୀ, ପୋଲିସ ଥାନା ଓ ଇଲେକ୍ଟ୍ରିକାଲ କାର, ଫୁଡ୍ ଜୋନ୍, ପର୍ଯ୍ୟଟକ ସୂଚନା କେନ୍ଦ୍ରଅଗ୍ନିଶମ ବ୍ୟବସ୍ଥା, ଡାକ୍ତରଖାନା ଓ ପ୍ରତୀକ୍ଷାଳୟ ଆଦି ରହିବ।

Advertisement

Leave a Reply

Your email address will not be published. Required fields are marked *