Pratidin TV

Odisha's Digital News Platform

ଭଦ୍ରକ ଉତ୍ତେଜନା ଘଟଣା : ୪ ଦିନ ପରେ ସ୍ୱାଭାବିକ ହେଲା ଇଣ୍ଟରନେଟ ..

1 min read

ଭଦ୍ରକରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍‌ ସେବା। ଆଜି ମଧ୍ୟରାତ୍ରୀରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ୍‌। ଉତ୍ତେଜନା ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ୩୩ ଜଣ ଗିରଫ ହୋଇସାରିଛନ୍ତି । ସ୍ଥିତି ସ୍ବାଭାବିକ ହୋଇଥିଲେ ବି ଏବେବି ଜାରି ରହିଛି ୧୬୩ ଧାରା । ବିବାଦୀୟ ଫେସବୁକ ପୋଷ୍ଟ ପାଇଁ ଭଦ୍ରକରେ ଉପୁଜିଛି ଅଶାନ୍ତି। ଅବଶ୍ୟ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପେଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ୍ଚ କରି ସ୍ଥିତି ସୁଧାରିବା ପାଇଁ ଉଦ୍ୟମ ଚାଲିଛି । ଅନ୍ୟପଟେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୬୩ ଧାରା ଜାରି ଥିବାବେଳେ ଇଣ୍ଟରନେଟ ସ୍ବାଭାବିକ ହୋଇଛି ।ଗତକାଲି ପୁଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଥିଲେ।

ସୋଶାଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ ନେଇ ଅଶାନ୍ତ ହୋଇ ଉଠିଥିଲା ଭଦ୍ରକ ସହର। ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଶୁକ୍ରବାର ଅପରାହ୍ନରେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଭଦ୍ରକ ତହସିଲଦାର ଓ ପୁରୁଣା ବଜାର ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହିତ ରାସ୍ତାରୋକରୁ ଓହରି ଯିବାକୁ କହିଥିଲେ।

Advertisement

ମାତ୍ର ସ୍ଥିତି ସାଂଘାତିକ ରୂପ ଧାରଣ କଲା। ଆନ୍ଦୋଳନକାରୀ ପୁଲିସ ଉପରକୁ ଆକ୍ରମଣ କରିବାରୁ ତିନି ଜଣ ପୁଲିସ ଅଧିକାରୀ ସହ କିଛି କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଆନ୍ଦୋଳନକାରୀ ଭାଙ୍ଗି ଦେଇଥିଲେ। ଏମିତିକି ଏହି ଘଟଣାକୁ ନେଇ ଧାମନଗର ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।

Leave a Reply

Your email address will not be published. Required fields are marked *