Pratidin TV

Odisha's Digital News Platform

ସମ୍ବଲପୁରରେ ପୁଣି ୪୮ ଘଣ୍ଟା ଯାଏ ବନ୍ଦ ହେଲା ଇଣ୍ଟରନେଟ୍ ସେବା ; ସିଲ୍ ହେଲା ସୀମା , ଅନିଦ୍ଧିଷ୍ଟ କାଳ ପାଇଁ ଜାରିହେଲା  କର୍ଫ୍ୟୁ …

ସମ୍ବଲପୁର : ସିଲ୍ ହେଲା ସମ୍ବଲପୁର ସୀମା । ହନୁମାନ ଜୟନ୍ତୀ ସୋଭାଯାତ୍ରାକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ସ୍ଥିତିକୁ ନେଇ ଆଜି ସମ୍ଭଲପୁର ସୀମାକୁ ସିଲ୍ କଲା ପ୍ରଶାସନ ଯେମିତି ବାହାର ଜିଲ୍ଲାରୁ କେହି ସମ୍ଭଲପୁର ଜିଲ୍ଲାକୁ ପ୍ରବେଶ ନକରିପାରିବେ ଏଥିପାଇଁ ଅଧିକ ପୋଲିସ ଫୋର୍ସ ମଧ୍ୟ ମୃତୟନ କରାଯାଇଛି । ଏନେଇ ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି । ସେହିଭଳି ଗତକାଲି ରାତିଟାରୁ ସମ୍ବଲପୁର ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ  କର୍ଫ୍ୟୁ ଜାରି କରିଛି ପ୍ରଶାସନ ।
ଅନ୍ୟପଟେ ୧୩ ତାରିଖଠାରୁ ବନ୍ଦ ଥିବା ଇଣ୍ଟରନେଟ୍ ସେବାର ଅବଧିକୁ ଆହୁରୀ ୨ ଦିନ ବଢାଇଦେଇଛି ପ୍ରଶାସନ । ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ଗୁଜବ ପ୍ରଚାର କରନ୍ତ ନାହିଁ। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଯଦି କୌଣସି ଗୁଜବ ଶୁଣୁଛନ୍ତି ତାହାହେଲେ ତୁରନ୍ତ ଥାନାରେ ଜଣାନ୍ତୁ। ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ସହରେ ୪୩ ପ୍ଲାଟୁନ ପୁଲିସ ଫୋର୍ସ ମୁୟତନ କରାଯାଇଛି। ଆସନ୍ତାକାଲି ହେବାକୁ ଥିବା ବିଭିନ୍ନ ପରୀକ୍ଷା ନେଇ ବିଚାରବିମର୍ଶ ଚାଲିଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଛି।

ହିଂସାକାଣ୍ଡ ନେଇ ଡିଜିପି ସୁନୀଲ ବଂଶଲ କହିଛନ୍ତି, ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ସମ୍ବଲପୁରକୁ ପଠାଯାଇଛି। ବରିଷ୍ଠ ଅଧିକାରୀ ମୁତୟନ ଅଛନ୍ତି, ଏବେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ସ୍ଥିତି ଦେଖି କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଗଣ୍ଡଗୋଳକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ।

ସେପଟେ ଚାପା ଉତେଜନା ଭିତରେ ସରିଛି ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା । ୪୮ ଘଂଟିଆ ଇନରନେଟ୍ ବ୍ୟାନ ଭିତରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହୋଇଥିଲା । ୧୪୪ ଧାରା ଜାରି କରି କଡା ପୋଲିସ ସୁରକ୍ଷା ମଧ୍ୟରେ ବିଭିନ୍ନ ପଡାରୁ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା । କଟକଣା ସତ୍ୱେ ହନୁମାନ ଜୟନ୍ତୀରେ ଅଭୂତପୂର୍ବ ଶୋଭା ଯାତ୍ରା ବାହାରିଥିଲା, ସାମିଲ ହୋଇଥିଲେ ହଜାର ହଜାର ଯୁବକ ଓ ମହିଳା ଭକ୍ତ । ପୋଲିସ ଛାଉଣୀ ଭିତରେ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରିବା ସହ ଶୃଙ୍ଖଳା ରକ୍ଷା କରିବାକୁ ୪୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ହନୁମାନ ଜୟନ୍ତୀ ବାଇକରାଲି ଉପରେ ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଗୁରୁବାର ପୁଲିସ ୨୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶୁକ୍ରବାର ଆହୁରି ୬ ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *