ଯୁବଗୋଷ୍ଠୀଙ୍କ ପାଇଁ ବଜେଟ୍ରୁ ବଡ ଘୋଷଣା , ୧ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ, ମାସକୁ ସରକାର ଦେବେ ଷ୍ଟାଇପେଣ୍ଡ୍ ଟଙ୍କା….
1 min readଯୁବଗୋଷ୍ଠୀଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧ କୋଟି ଯୁବକ ଯୁବତୀଙ୍କୁ ମିଳିବ ଇଣ୍ଟର୍ଣ୍ଣସିପ୍ ସୁଯୋଗ । ଏହାସହ ମାସିକ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍ ଦେବେ କେନ୍ଦ୍ର ସରକାର । ଦେଶର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
୫୦୦ ଶୀର୍ଷ ଘରୋଇ କମ୍ପାନୀରେ ୧ କୋଟି ଯୁବକ ଯୁବତୀଙ୍କୁ ଦିଆଯିବ ଇଣ୍ଟର୍ଣ୍ଣସିପ୍ ସୁଯୋଗ। ଇଣ୍ଟର୍ଣ୍ଣସିପ୍ ସମୟରେ ମାସିକ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍ ସହ ଏକକାଳୀନ ୬ ହଜାର ଟଙ୍କାର ସହାୟତା ଦିଆଯିବ । ତେବେ ଏହି ଯୋଜନା ୫ ବର୍ଷ ଧରି କାର୍ୟ୍ୟକାରୀ ହେବ । ଇଣ୍ଟର୍ଣ୍ଣସିପ୍ ଖର୍ଚ୍ଚ ସିଏସଆର ପାଣ୍ଠିରୁ ଭରଣା କରିବେ କମ୍ପାନୀ