Pratidin TV

Odisha's Digital News Platform

ଘରକୁ ଆସିଲେ ଚା’ରେ ନିଶା ଦେଇ ଲୁଟିନେଲେ ।

ପାରାଦ୍ୱୀପ ; ସାଧାରଣତ ଆମେ ଓଡିଆ ଚା ପିଇବାକୁ ବହୁତ ପସନ୍ଦ କରୁ । ଆମ ଦୁଃଖ ସୁଖ ଏମିତିକି ମୁଣ୍ଡ ବିନ୍ଧା ପାଇଁ ବି ଆମେ ମେଡିସିନ୍ ନଖାଇ ଚା ପିଉ । ଘରକୁ କିଏ ଅତିଥି ଆସିଲେ ମଧ୍ୟ ଆମେ ଚା ହିଁ ଦେଇଥାଉ । କିନ୍ତୁ କଣ ହେବ ଯଦି ଜଣେ ଅତିଥି ଭାବେ ତୁମ ଘରକୁ ଆସି ତୁମେ ଦେଇଥିବା ଚା’ରେ ନିଶା ମିଶାଇ ତୁମକୁ ପିଆଇଦେବ । ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ପାରାଦ୍ୱୀପ ଜିଲ୍ଲାରେ । ଚାଲନ୍ତୁ ଜାଣିବା ଚା ରୁ କେମିତି ହେଲା ଚୋରୀ ।

ଭଡାରେ ନେବି ବସ୍ , ଦୁଇଦିନ ରିଜର୍ଭେସନ ପାଇଁ କେତେ ଟଙ୍କା ପଡିବ ? ଆଉ ଟିକିଏ କମ ରେଟ୍ କର , ଛାଡ ଚା ପିଇବା ପରେ କଥାହେବା। ଏବଂ ଚାହା ପିଇବା ପରେ ସବୁକିଛି ଲୁଟିନେଲେ ଦୁବୃର୍ତ୍ତ। ଏଭଳି ସିନେମା ଷ୍ଟାଇଲରେ ଲୁଟ ହୋଇଛି ବନ୍ଦର ନଗରୀ ପାରାଦ୍ଵୀପ ର ବସ ଷ୍ଟାଣ୍ଡ ରେ। ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଘଟଣା ଘଟିଥିବାବେଳେ ଦୁଇଜଣ ଡ୍ରାଇଭର, ଜଣେ ହେଲପର ଓ ଜଣେ କଣ୍ଡକ୍ଟର କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କି ଓ ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଅସୁସ୍ଥ ପାରାଦ୍ଵୀପ ଆସୁଥିବା ତ୍ରିଦେବୀ ବସ ର ଷ୍ଟାଫ। ସେମାନେ ହେଲେ ଡ୍ରାଇଭର ସୁବଳ ଅନ୍ୟ ଜଣଙ୍କ ହେଲେ ବାପି। ସେହିପରି ହେଲପର ଭଞ୍ଜ ଓ କଣ୍ଡକ୍ଟର ହେଲେ ରଞ୍ଜନ ବୋଲି ଜଣାପଡିଛି।

ତେବେ ପାରାଦ୍ୱୀପ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି, ଅଭିଯୁକ୍ତ ମାନଙ୍କୁ ଚିହ୍ନଟ ପାଇଁ ପକ୍ରିୟା ଆରମ୍ଭ କରିଛି। ତେବେ କେତେ ଟଙ୍କା ଲୁଟ ହୋଇଛି ଏବ ଅଭିଯୁକ୍ତ କିଏ ସେ ସମ୍ପର୍କ ରେ ଅସୁସ୍ଥ ମାନଙ୍କର ଚେତା ଫେରିଲେ ସଠିକ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି। ଦୁର୍ବୁତ୍ତ ବସ୍ ଡ୍ରାଇଭରଙ୍କ ପାଖକୁ ଆସି ବସ୍ ଭଡାରେ ନେବାକୁ କଥା ହୋଇଥିଲେ । ଆଉ ସେହି ବାହାନାରେ ଚା ମଗାଇଥିଲେ ପରେ ଅତି ଚତୁରାତର ସହ ଚା ରେ ନିଶା ଦେଇ ବେହୋସ୍ କରାଦେଇଥିଲେ ଆଉ ସେଠାରୁ ଟଙ୍କା ନେଇ ଛୁ ମାରିଥିଲେ ।

Leave a Reply

Your email address will not be published. Required fields are marked *