Pratidin TV

Odisha's Digital News Platform

ପାଓଭାଜୀ ବଦଳରେ ଆଇଫୋନ୍? ମଦ୍ୟପ ବ୍ୟକ୍ତି ଖାଇବା ପାଇଁ ଦୋକାନୀକୁ ଦେଲା ଚୋରି ଆଇଫୋନ

1 min read

ଭାରତରେ ଅଧିକାଂଶ ଲୋକ ଗୋଆ ଯିବାକୁ ପସନ୍ଦ କରନ୍ତି ଏବଂ ଯିବାକୁ ଯୋଜନା କରିଥାନ୍ତି | କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ ଲୋକ ସେଠାକୁ ଯାଇ ପାର୍ଟି କରିବାର ସକ୍ଷମ ହୋଇଥାନ୍ତି | ସେଠାକୁ ଯାଇ ଲୋକ ବହୁ ମଜ୍ଜା ଉପଭୋଗ କରିଥାନ୍ତି | ତେୱବେ କଳ୍ପନା କରନ୍ତୁ ଗୋଆକୁ ମଜା ଓ ପାର୍ଟି କରିବାକୁ ଯାଇଥିବେ ହେଲେ ହଠାତ ହୋଇଯିବ ଦୁର୍ଘଟଣା | ତେବେ ଗୋଆକୁ ଯାଇଥିବା ଜଣେ ଦିଲ୍ଲୀ ବ୍ୟକ୍ତିଙ୍କ ଫୋନ ଚୋରି ହୋଇଗଲା | ପୁଣି ତାହା IPHONE | କିନ୍ତୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଚୋରଟି ଚୋରି ହୋଇଥିବା ଫୋନ ବଦଳରେ ପାଓଭାଜୀ ପ୍ଲେଟ ଖାଇବା ପାଇଁ ମାଗିଥିଲେ |

କେବଳ ପାଓଭାଜୀ ର ଗୋଟେ ପ୍ଲେଟ ପାଇଁ ଏପରି ଦାମୀ ଫୋନ ଦେଇଦେବା କଥାଟି, ଆପଣଙ୍କୁ ହଜମ ହେଉଛି କି… ନୁହେଁ ନା । ସାଧାରଣତଃ ଆଇଫୋନ ଦାମ ୬୦ ହଜାରରୁ ଆରମ୍ଭ ହୋଇ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ । ଏବଂ ରୋଡ଼ କଡରେ ପାଓ ଭାଜି ପ୍ଲେଟ ମାତ୍ର ୫0 ରୁ ଆରମ୍ଭ ହୋଇ ୧00 ଟଙ୍କାରେ ମିଳିଥାଏ | ଏଭଳି ସୋସିଆଲ ମିଡିଆରେ ନିଜର ମଜାଦାର ଅନୁଭୂତି ବାନ୍ତି ଉପଭୁକ୍ତ @ କାର୍ତ୍ତିକେୟ ରାୟ ୧୧ କହିଥିଲେ ଯେ ତାଙ୍କ ଗୋଆ ଯାତ୍ରା କିପରି ଏକ ମଜାଳିଆ ଏବଂ ଚକିତକାରୀ ପରିସ୍ଥିତିରେ ପରିଣତ ହେଲା | କିଛି ଏପରି ନିଜର ଅନୁଭୂତି ସେ ସୋସିଆଲ ମିଡିଆରେ କରିଥିଲେ ସେୟାର | ବ୍ୟକ୍ତି ଜଣକ କହିଥିଲେ ସେ ଲୋକଟି ବହୁତ ଭୋକିଲା ଥିଲା ସେ ବହୁ ଦୋକାନ ଯାଇଥିଲା ହେଲେ ପଇସା ନ ଥିବା ହେତୁ ତାଙ୍କୁ ମିଳିନଥିଲା ଖାଇବା | ତେଣୁ ସେ କେବଳ ଏପରି ଖାଇବା ପାଇଁ କରିଥିଲେ |

Advertisement

ପରେ ଅନ୍ୟ ଏକ ଟ୍ୱିଟ ଯୋଗେ ରାୟ କହିଥିଲେ, ଦୋକାନୀ ଫୋନକୁ ରଖିବା ସହ ତାଙ୍କୁ ପାଓଭାଜୀ ପ୍ଲେଟ ଦେଇଥିଲେ । ଅନ୍ୟପଟେ ଫୋନ ହଜିବାର ପ୍ରାୟ ୩୬ ଘଣ୍ଟା ପରେ କଲ୍ କରିବାକୁ କଲ ରିସିଭ କରିଥିଲେ । ପରେ ସେ ଫୋନକୁ ଫେରାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *