Pratidin TV

Odisha's Digital News Platform

IPL ୨୦୨୩ ; ଲକ୍ ଦେଲା ସାଥ୍ , ୫ମ ଥର ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍ ….

1 min read

ନୂଆଦିଲ୍ଲୀ : ପୁଣି ବାଜି ମାରିଲା ଚେନ୍ନାଇ । ହାତେଇଲା ଚାମ୍ପିୟନ ଟ୍ରଫି । ରବିବାର ବର୍ଷା ଯୋଗୁଁ ଫାଇନାଲ ମ୍ୟାଚ୍ ସୋମବାରକୁ ଘୁଞ୍ଚିଥିଲା। ତେବେ କାଲିବି ଖେଳ ଅଧାରୁ ବର୍ଷା ଆରମ୍ଭ ହୋଇଥିଲା । କିନ୍ତୁ ଗତକାଲି ଚେନ୍ନାଇକୁ ଟ୍ରଫି ହାତେଇବାକୁୁ ଅଟକାଇପାରିନଥିଲା ବର୍ଷା । ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ।

ଧୋନି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ୍ ୨୧୪/୪ ସ୍କୋର କରିଥିଲା । କିନ୍ତୁ ଚେନ୍ନାଇ ବ୍ୟାଟି ବେଳକୁ ବର୍ଷା ଆରମ୍ଭ ହୋଇଯାଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଋଦ୍ଧିମାନ ସାହା ୫୪ (୩୯ ବଲ୍) ରନ୍ କରିଥିବା ବେଳେ ଶୁବମନ ଗିଲ ୩୯ (୨୦) ଓ ସାଇ ସୁଦର୍ଶନ ସର୍ବାଧିକ ୯୬ (୪୭ ବଲ୍, ୮ ଚୌକା ଓ ୬ ଛକା) ରନ୍ କରିଥିଲେ। ରଶିଦ ଖାନ ଖାତା ଖୋଲି ପାରି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲରୁ ୨୧ ରନ୍ କରି ଅପରାଜିତ ରହିଥିଲେ।

Advertisement

ଅନ୍ୟପଟେ ବର୍ଷା କାରଣରୁ ମ୍ୟାଚ୍ ୧୫ ଓଭରକୁ କମାଇ ଦିଆଯାଇଥିଲା ଓ ଲକ୍ଷ୍ୟ ୧୭୧ ରନ୍ ଧାର୍ଯ୍ୟ ହୋଇଥିଲା । ଏହି ବିଜୟ ଲକ୍ଷ୍ୟକୁ ୧୫ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା ଚେନ୍ନାଇ। ଶେଷ ୨ ବଲରେ ଛକା ଓ ଚୌକା ମାରି ୧୦ ରନ୍ କରି ଚେନ୍ନାଇକୁ ରବିନ୍ଦ୍ର ଜାଡେଜା ଜିତାଇବା ସହ ମହେନ୍ଦ୍ର ସିଂହ ଧୋନି ଓ ଅମ୍ଭାତି ରାୟୁଡୁଙ୍କୁ ଚିର ସମରଣୀୟ ବିଦାୟ ଜଣାଇଥିଲେ ବେଳେ ଗୁଜରାଟ ଟାଇଟନ୍ସର ଲଗାତାର ଦ୍ୱିତୀୟ ଥର ଆଇପିଏଲ୍ ଚାମ୍ପିୟନ ହେବା ସ୍ୱପ୍ନ ଧୂଳିସାତ ହୋଇଥିଲା।

ଏନେଇ କିଛି ଫ୍ୟାନ୍ସ ମାହି’ଙ୍କୁ ଲକି ବୋଲି କହୁଛନ୍ତି କାରଣ ଗତକାଲି ବର୍ଷା ଯୋଗୁ ଡିଏଲ୍ଏସ୍ ମେଥଡରେ ପୁରା ଓଭର ଖେଳାଯାଇପାରିନଥିଲା । ଯାହା ଚେନ୍ନାଇକୁ ଜିତାଇବାକୁ ସହାୟ ହୋଇଥିଲା । ଯଦି ଗତକାଲି ପୁରା ଓଭର ଖେଳାଯାଇଥାନ୍ତା ତେବେ ଗୁଜୁରାଟ ଟାଇଟନ୍ସକୁ ହରାଇବା ଚେନ୍ନାଇ ପକ୍ଷେ ଅସମ୍ଭବ ହୋଇ ପଡିଥାନ୍ତା ।

Leave a Reply

Your email address will not be published. Required fields are marked *