Pratidin TV

Odisha's Digital News Platform

‘ଗେମ ଚେଞ୍ଜର ଅଫ୍ ଦ ସିଜନ୍‌’ – ଶୁବମନ୍ ଗିଲ୍ ,

1 min read

ନୂଆଦିଲ୍ଲୀ : ମାତ୍ର ୨୩ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯବ କ୍ରିକେଟର ଶୁବମନ୍ ଗିଲ୍ । ଗତକାଲି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷରେ ଜିତିବାକୁ ପ୍ରାଣପଣେ ଲାଗିପଡିଥିଲା ଗୁଜୁରାଟ୍ ଟାଇଟନ୍ସ। ଏବଂ ଓପନର ଭାବେ ନିଜର କମାଲ ଦେଖାଇଥିଲେ ଗିଲ୍ । ୨୦ ବଲ୍‌ରେ ୩୯ ରନ୍ ସଂଗ୍ରମ କରି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଗିଲ୍ । ଗୋଟିଏ ସିଜିନ୍‌ରେ ଘରୋଇ ପଡିଆରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ସେ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ଜୋସ୍ ବଟଲର୍ (୮୬୩) ଏବଂ ଡେଭିଡ୍ ୱାର୍ଣ୍ଣର (୮୪୮) ଙ୍କୁ ପଛରେ ପକାଇଛନ୍ତି ଶୁବମନ୍ ଗିଲ୍ । ଏଥର ଗିଲ୍ ୮୯୦ ରନ୍ ସଂଗ୍ରହ କରି ଗେମ ଚେଞ୍ଜର ଅଫ୍ ଦ ସିଜନ୍ ପାଲଟିଛନ୍ତି ।

ତେବେ ଆଇପିଏଲର ଗୋଟିଏ ସିଜିନରେ ସର୍ବାଧିକ ସ୍କୋର ରେକର୍ଡ କରି ବିରାଟ କୋହଲି ୨୦୧୭ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପକ୍ଷରୁ ସର୍ବାଧିକ ୯୭୩ ରନ୍ ସଂଗ୍ରହ କରି ପ୍ରଥମ ସ୍ଥାନରେ ଥିବା ବେଳେ ୨ ୟ ସ୍ଥାନକୁ ଶୁବମନ୍ ଗିଲ୍ ଅକ୍ତିଆର କରିଛନ୍ତି । ସେହିଭଳି ଚଳିତ ବର୍ଷ ଗିଲ୍ ଆଇପିଏଲରେ ସର୍ବାଧିକ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ହସଲ କରିବା ସହ ଗେମ ଚେଞ୍ଜର ଟାଇଟଲ ହାତେଇଛନ୍ତି ।

Advertisement

ସେହିଭଳି ଏଥରର ଆଇପିଏଲ ୨୦୨୩(IPL 2023) ଚାମ୍ପିୟନ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍‌(Chennai Super Kings)। ଗତକାଲି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍‌ ଦେଇଛି ଚେନ୍ନାଇ û ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ପରେ ଆୱାର୍ଡ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ଚାମ୍ପିୟନ ଓ ରନର୍‌-ଅପ୍‌ ଟିମ୍‌କୁ ପୁରସ୍କୃତ କରାଯାଇଥିଲା। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆୱାର୍ଡ ମଧ୍ୟ ଦିଆଯାଇଥିଲା।ବିଜେତା ଭାବେ ଚେନ୍ନାଇ ଟିମ୍‌କୁ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍‌-ଅପ୍‌ ଟିମ୍‌ ଭାବେ ଗୁଜରାଟକୁ ୧୨.୫୦ କୋଟି ଟଙ୍କା ମିଳିଛି। ସେହିପରି ଗୁଜରାଟ ଟାଇଟନ୍ସର ଖେଳାଳି ଶୁଭମନ୍‌ ଗିଲ୍‌ ଅରେଞ୍ଜ କ୍ୟାପ୍‌ ଓ ମହମ୍ମଦ ସାମି ପର୍ପଲ କ୍ୟାପ୍‌ ଜିତିଛନ୍ତି।

ଆଇପିଏଲ୍‌ ୨୦୨୩ରେ ଟପ୍‌ ୪ ଟିମ୍‌ଙ୍କ ପ୍ରାଇଜ୍‌ ମନି…

  • ବିଜେତା ଟିମ୍‌(ଚେନ୍ନାଇ ସୁପର କିଙ୍ଗସ୍‌)- ୨୦ କୋଟି ଟଙ୍କା
  • ରନର୍‌-ଅପ୍‌-(ଗୁଜରାଟ ଟାଇଟନ୍ସ)- ୧୨.୫୦ କୋଟି ଟଙ୍କା
  • ତୃତୀୟ ନମ୍ବର ଟିମ୍‌(ମୁମ୍ବାଇ ଇଣ୍ଡିଆନ୍ସ)- ୭ କୋଟି ଟଙ୍କା
  • ଚତୁର୍ଥ ନମ୍ବର ଟିମ୍‌(ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌)- ୬.୫ କୋଟି ଟଙ୍କା
  • ଚଳିତ ସିଜନ୍‌ରେ ସବୁଠାରୁ ଅଧିକ ୱିକେଟ୍‌(ପର୍ପଲ କ୍ୟାପ୍‌)-ମହମ୍ମଦ ସାମି-୨୮ ୱିକେଟ୍‌(୧୦ ଲକ୍ଷ ଟଙ୍କା)
  • ଚଳିତ ସିଜନ୍‌ରେ ସବୁଠାରୁ ଅଧିକ ରନ୍‌(ଅରେଞ୍ କ୍ୟାପ୍‌)-ଶୁଭମନ୍‌ ଗିଲ୍‌-୮୯୦ ରନ୍‌-(୧୦ ଲକ୍ଷ ଟଙ୍କା)
  • ଏମର୍ଜିଂ ପ୍ଲେୟାର ଅଫ୍‌ ଦ ସିଜନ୍‌- ୟଶସ୍ୱି ଜୟସ୍ୱାଲ(୧୦ ଲକ୍ଷ ଟଙ୍କା)
  • ଇଲେକ୍ଟ୍ରିକ୍‌ ଷ୍ଟ୍ରାଇକର ଅଫ୍‌ ଦ ସିଜନ୍‌- ଗ୍ଲେନ୍‌ ମ୍ୟାକ୍ସୱେଲ୍‌(୧୦ ଲକ୍ଷ ଟଙ୍କା)
  • ଗେମ୍‌ ଚେଞ୍ଜର ଅଫ୍‌ ଦ ସିଜନ୍‌-ଶୁଭମନ୍‌ ଗିଲ୍‌-(୧୦ ଲକ୍ଷ ଟଙ୍କା)
  • ପେଟିଏମ୍‌ ଫେୟାର ପେୟାର ପ୍ଲେ ଆୱାର୍ଡ-ଦିଲ୍ଲୀ କ୍ୟାପିଟାଲ୍ସ
  • କ୍ୟାଚ୍‌ ଅଫ୍‌ ଦ ସିଜନ୍‌-ରଶିଦ୍‌ ଖାନ୍‌-(୧୦ ଲକ୍ଷ ଟଙ୍କା)
  • ମୋଷ୍ଟ valuable ପ୍ଲେୟାର-ଶୁଭମନ୍‌ ଗିଲ୍‌-(୧୦ ଲକ୍ଷ ଟଙ୍କା)
  • ରୁପେ ଅନ୍‌ ଦ ଗୋ-4s ଅଫ୍‌ ଦ ସିଜନ୍‌-ଶୁଭମନ୍‌ ଗିଲ୍‌-(୧୦ ଲକ୍ଷ ଟଙ୍କା)
  • ଲଙ୍ଗେଷ୍ଟ୍‌ ସିକ୍ସ ଅଫ୍‌ ଦ ସିଜନ୍‌- ଫାଫ୍‌ ଡୁ ପ୍ଲେସିସ୍‌-(୧୦ ଲକ୍ଷ ଟଙ୍କା)
  • ପିଚ୍‌ ଆଣ୍ଡ୍‌ ଗ୍ରାଉଣ୍ଡ୍‌ ଆୱାର୍ଡ- ୱାଙ୍ଖଡେ ଷ୍ଟାଡିୟମ ଓ ଇର୍ଡେନ ଗାର୍ଡେନ-(୫୦ ଲକ୍ଷ ଟଙ୍କା)
  • ସିଜନ୍‌ରେ ସବୁଠାରୁ ଅଧିକ ଛକା ମାରିଥିବା- ଫାଫ୍‌ ଡୁ ପ୍ଲେସିସ୍‌-(୧୦ ଲକ୍ଷ ଟଙ୍କା)

Leave a Reply

Your email address will not be published. Required fields are marked *