Pratidin TV

Odisha's Digital News Platform

IPL 2024 ; ସବୁଠାରୁ ଲମ୍ବା ଛକା ମାରି ରେକର୍ଡ ଭାଙ୍ଗିଲେ ଦିନେଶ କାର୍ତ୍ତିକ ।

1 min read

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ । ଯାହାକୁ ନେଇ ଏବେ ଦୀନେଶ ଚର୍ଚ୍ଚାରେ ଅଛନ୍ତି । ତେବେ ସୋମାବାର ଦିନ ସନରାଇଜର୍ସ ହାଇଦ୍ରାବାଦ ସହ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁରୁ ମୁହାଁମୁହିଁ ହୋଇଥିଲା । ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଏକ ଛକା ମାରିଥିଲେ । ତେବେ ଏହି ଛକା ୧୦୮ ମିଟର ଲମ୍ବାର ଥିଲା ଯାହାକି ଚଳିତ ବର୍ଷ ଆଇପିଏଲରେ ରେକର୍ଡ କରିଛି ।

ଆଇପିଏଲର ଦୀର୍ଘତମ ଛକା

ଦୀନେଶ କାର୍ତ୍ତିକ 108 ମିଟର ଲମ୍ବ ଛଅ |
ନିକୋଲାସ ପୁରାଣ 106 ମିଟର ଉଚ୍ଚ |
ହେନ୍ରିଚ୍ କ୍ଲାସେନ୍ – 106 ମିଟର |
ଭେଙ୍କଟେଶ ଆୟର 106 ମିଟର ଉଚ୍ଚତା |
ଇଶାନ୍ କିଶାନ୍ 103 ମିଟର ଉଚ୍ଚତା |
ଆଣ୍ଡ୍ରେ ରସେଲ 102 ମିଟର |
ଅଭିଷେକ ପୋରେଲ 100 ମି

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସବୁଠାରୁ ଲମ୍ବା ଛକା ମାରିଛନ୍ତି ଦୀନେଶ । ଯାହାକୁ ଦେଖି ଅବାକ ହୋଇଯାଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସ । ତେବେ ମ୍ୟାଚର ୧୬ତମ ଓଭର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ୧୬ତମ ଓଭର ପ୍ରଥମେ ବଲରେ କାର୍ତିକ ନିଜ ଗୋଡର ପାଶ୍ୱର୍ରେ ଏକ ଏରିଏଲ ସଟ ଖେଳିଥଲେ । ଆଉ ଏହି ସଟ ଏତେ ଶକ୍ତି ଥିଲା ଯେ ବଲଟି ୧୦୮ ମିଟର ଦୂରତା ଅର୍ଥାତ ଷ୍ଟାଡିୟମର ଛାତକୁ ଧକ୍କା ଦେଇ ଫେରି ଆସିଥିଲା । ତେବେ ବଲଟିକୁ ଏତେ ଉଚ୍ଚ ଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କମିନ୍ସ । ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଆଉ ଭିଡିଓରେ ଦେଖିବାକୁ ମିଳିଛି କାର୍ତ୍ତିକ ବ୍ୟାଟରୁ ବଲ ବାଜି ଛକା ଉଠିବା ଦେଖି ପ୍ୟାଟ କମିନ୍ସ ଏକ ଅଜବ ରିଆକ୍ସନ ଦେଇଥିଲେ ।

ତେବେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ ରେ ଦୀର୍ଘତମ ଛଅ ସ୍କୋର କରିବାର ରେକର୍ଡ କରିଛନ୍ତି । ସେ ଦୁଇ ଘଣ୍ଟା ମଧ୍ୟରେ ୧୦୬ ମିଟର ଦୂରତା ବିଶିଷ୍ଟ ହେନରିଚ କ୍ଲାସେନଙ୍କ ରେକର୍ଡ ଭାଙ୍ଗିଥିଲେ । ତେବେ କାର୍ତିକ ପରିଶ୍ରମ ସତ୍ୱେ ଆରସିବି ମ୍ୟାଚକୁ ଜିତି ପାରି ନଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ ହାଇଦ୍ରାବାଦ ୨୫ ରନରେ ପରାସ୍ତ କରିଛି ।

Leave a Reply

Your email address will not be published. Required fields are marked *