Pratidin TV

Odisha's Digital News Platform

IPL ୨୦୨୪: ୧୦ ବର୍ଷ ପରେ ୩ୟ ଥର ପାଇଁ IPL ଟ୍ରଫି ହାତେଇଲା କୋଲକାତା

1 min read

କେକାଆର ହେଲା ଆଇପିଏଲ ୨0୨୪ ଚମ୍ପିଆନ | ତୃତୀୟ ଥର ପାଇଁ IPL ଟାଇଟେଲ ଟ୍ରଫି ହାତେଇଲା | ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି। ଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୩ ରନ କରିପାରିଥିଲେ | ଫଳରେ କୋଲକାତା ନାଇଟରାଇଡର୍ସ ଆଗରେ ବିଜୟ ପାଇଁ ୧୧୪ ରନର ଲକ୍ଷ୍ୟ ଥିଲା। ଯାହା ମାତ୍ର ସେ ୧0.୩ ଓଭରରେ ପୂରଣ କରି ବିଜେତା ହୋଇଥିଲା | ଏହି ସ୍କୋର IPL ଇତିହାସର ସବୁଠାରୁ ସର୍ବନିମ୍ନ ଫାଇନାଲ ସ୍କୋର ଥିଲା |

କୋଲ୍କାତାର ଦମଦାର ଫିଲଡିଂ ଏବଂ ବୋଲିଂ ଦ୍ୱାରା କୋଲଟା ବିଜୟ ହାସଲ କରିପାରିଥିଲା | ତେବେ ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ୬ ରନରେ ଦଳ ନିଜର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମାଙ୍କୁ ହରାଇଥିଲା। ଏହାପରେ ଅଧିନାୟକ ପାଟ କମିନ୍ସ ୨୪ ରନ ଓ ଆଇଡେନ ମାର୍କରାମ ୨୦ ରନ କରିଥିଲେ । ନୀତୀଶ ରେଡ୍ଡୀ ୧୩ ଓ ହେନଲିକ କ୍ଲାସେନ ୧୬ ରନ ସ୍କୋର କରି ଫାଭିଲିଆନ ଫେରିଯାଇଥିଲେ। କେକେଆର ବୋଲରମାନେ ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂକୁ ଧ୍ବଂସ କରିଥିଲେ |

Advertisement

କୋଲକାତା ପାଇଁ ଭେଙ୍କଟେସ୍‌ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୬ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜ ୩୯ ରନ୍‌ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ସୁନୀଲ ନାରାୟଣ ୬ ରନ୍‌ ଓ ‌ଅଧିନାୟକ ଶ୍ରେୟସ ଆୟର ଅପରାଜିତ ୬ ରନ୍‌ କରିଥିଲେ।

ତେବେ ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଜିତିଲା କେକେଆର । କୋଲକାତା ଟିମ୍‌ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍‌ ହୋଇଥିଲା। ପ୍ରାୟ ୧0 ବର୍ଷ ପରେ ପୁଣି ବିଜୟ ହାସଲ କରିଛି କେକେଆର |

Leave a Reply

Your email address will not be published. Required fields are marked *