Pratidin TV

Odisha's Digital News Platform

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ପଡିଲା ମହଙ୍ଗା…ବିରାଟଙ୍କ କଟିଲା ୫୦ ପ୍ରତିଶତ ମ୍ୟାଚ୍‌ ଫି

1 min read

ବିରାଟ କୋହଲିଙ୍କୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ମହଙ୍ଗା ପଡିଛି।ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷ ମ୍ୟାଚ ଥିଲା | ଆଇପିଏଲ୍ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ କୋହଲିଙ୍କୁ ତାଙ୍କ ମ୍ୟାଚ୍ ଫି’ର ୫0 ପ୍ରତିଶତ ଜରିମାନା କରାଯାଇଛି। ରବିବାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ କେକେଆର୍ ଆରସିବିକୁ ଗୋଟିଏ ରନରେ ପରାସ୍ତ କରିଛି। ଆଇପିଏଲ୍ ୨0୨୪ ସିଜନରେ ୮ଟି ମ୍ୟାଚ୍ ରେ ଏହା RCB ର ୭ମ ପରାଜୟ | ବର୍ତ୍ତମାନ ବିରାଟ କୋହଲିଙ୍କ କଣ୍ଟ୍ରୋଭର୍ସିଆଲ୍‌ ଆଉଟ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ତେବେ ସୂଚନା ଅନୁସାରେ ୨୧ ଏପ୍ରିଲ ତଥା ରବିବାର ଦିନ ହୋଇଥିବା ଇଡେନ୍ ଗାର୍ଡେନ୍ସରେ ଆରସିବି ସହ କେକେଆର ବିପକ୍ଷ ମ୍ୟାଚ ଥିଲା | ଏହି ମ୍ୟାଚ୍‌ରେ, କେକେଆର୍ ଆରସିବି ଜିତିବା ପାଇଁ ୨୨୩ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ବିରାଟ କୋହଲି ଏବଂ ଫାଫ ଡୁପଲେସିସ୍ କ୍ରିଜରେ ଆସିଥିଲେ ଏବଂ ଉଭୟ ବ୍ୟାଟ୍ସମ୍ୟାନ୍ ଦଳକୁ ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ କୋହଲି ହର୍ଷିତ ରାଣାଙ୍କ ବଲରେ ତୃତୀୟ ଓଭରରେ ୱିକେଟ୍ ହରାଇଥିଲେ। କିନ୍ତୁ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ବିରାଟ | କେବଳ ଏତିକି ନୁହେଁ ବିରାଟ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ। ରାଗରେ ଜର୍ଜରିତ ହୋଇ ବିରାଟ ଫେରିବା ବେଳେ ଡଷ୍ଟବିନ୍‌କୁ ଗୋଇଠା ମାରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ତାଙ୍କୁ ମହଙ୍ଗା ପଡ଼ିଛି।

ବିରାଟ କୋହଲିଙ୍କୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ଏବଂ ଖରାପ ବ୍ୟବହାର ପାଇଁ ମ୍ୟାଚ୍‌ର ୫୦ ପ୍ରତିଶତ ଫି କାଟି ଦିଆଯାଇଛି। ଅର୍ଥାତ ତାଙ୍କୁ ମ୍ୟାଚ୍‌ର ଅଧା ଟଙ୍କା ଜୋରିମାନା ଦେବାକୁ ପଡ଼ିଛି। କ୍ୟାପଟେନ୍‌ ଫାଫ୍‌ ଡୁପ୍ଲେସିସ୍‌ଙ୍କୁ ମଧ୍ୟ ଜୋରିମାନା ଗଣିବାକୁ ପଡ଼ିଛି। ସ୍ଲୋ ଓଭର୍‌ ରେଟ୍‌ ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି।

Leave a Reply

Your email address will not be published. Required fields are marked *