Pratidin TV

Odisha's Digital News Platform

ନୂଆ ନିଯୁକ୍ତିରେ ଆଇପିଏସ୍ ଲଳିତ ଦାସ , ୭ ମାସ ପରେ ପୁଣି ନୂଆ ଦାୟିତ୍ୱ ..

1 min read

ଭୁବନେଶ୍ୱର : ୧୯୯୨ ବ୍ୟାଚ୍ ଓଡ଼ିଆ ଆଇପିଏସ୍ ଲଳିତ ଦାସଙ୍କୁ ଦୀର୍ଘ ୭ମାସ ପରେ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୨ ବ୍ୟାଚ୍ ଆଇପିଏସ୍ ଲଳିତ ଦାସଙ୍କୁ କଟକସ୍ଥିତ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ଆଇପିଏସ୍ ବିକେ ଶର୍ମା ଗତ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତେବେ ଆଜି ଶ୍ରୀ ଦାସଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି । ମିଳିଥିବା ସୂଚନା ଅନୁ୍‌୍‌ଯାୟୀ ଗତ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ସରକାର ତାଙ୍କୁ ଅଚାନକ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବସାଇ ଦେଇଥିଲେ । ତେବେ ଳଳିତ ଦାସଙ୍କ ପରି ସିଂହକୁ କାହିଂକି ଏପରି ଅଚାନକ ବଦଳି କରାଯାଇଛି ତାହା ବର୍ତ୍ତମାନ ସୁର୍ଦ୍ଧା ରହସ୍ୟ ଘେରରେ ।

Advertisement

Leave a Reply

Your email address will not be published. Required fields are marked *