Pratidin TV

Odisha's Digital News Platform

ବରିଷ୍ଠ ଆଇପିଏସ ଅଫିସର ସାରା ଶର୍ମାଙ୍କୁ ମିଳିଲା ଗୁରୁଦାୟୀତ୍ୱ , ହେବେ ସିବିଆଇର ଡିଆଇଜି ..

1 min read

ବରିଷ୍ଠ ଆଇପିଏସ ଅଫିସର ସାରା ଶର୍ମା ହେଲେ ସିବିଆଇ ଡିଆଇଜି । ୫ ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ରଗୃହମନ୍ତ୍ରଣାଳୟ । ଚିଠିରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି ।

ମଣିପୁରରେ ଜାତିଗତ ହିଂସା ସମୟରେ ସାରା ଶର୍ମାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଟିମର ଏକ ଅଂଶ ଭାବରେ ସେ ତଦନ୍ତରେ ନିଜ ଦକ୍ଷତା ଏବଂ ବୁଦ୍ଧି ପ୍ରଦାନ କରିଥିଲେ । ଏହି ନିଯୁକ୍ତି ପୂର୍ବରୁ ସେ ସମ୍ବଲପୁର ପୋଲିସ ଅଧିକ୍ଷକ ପଦବୀରେ ରହିଥିଲେ ।

Advertisement

Leave a Reply

Your email address will not be published. Required fields are marked *