Pratidin TV

Odisha's Digital News Platform

ବଦଳିଲା ପାଗ , କାଲିଠୁ ସ୍ୱାଭାବିକ ଚାଲିବ ସ୍କୁଲ ।

1 min read

ସାରା ଓଡିଶା ଛୁଇଁଲା ମୌସୁମୀ , ବଦଳିଲା ଓଡିଶାର ପାଣିପାଗ । ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ସ୍କୁଲ ଚାଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଖରା ଛୁଟି ପରେ ସ୍କୁଲ୍ଗୁଡ଼ିକ ମଙ୍ଗଳବାର (ଜୁନ୍ ୧୮) ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍ଗୁଡ଼ିକ ଖୋଲିନଥିଲା। ଯେଉଁ ଜିଲ୍ଲାରେ ସ୍କୁଲ୍ଗୁଡ଼ିକ ଖୋଲା ଯାଇଥିଲା, ସେଠାରେ ସକାଳୁଆ ହୋଇଥିଲା। କିନ୍ତୁ ପାଗରେ ପରିବର୍ତ୍ତନ ଯୋଗୁ ଆସନ୍ତାକାଲିଠୁ ସ୍କୁଲ ଗୁଡିକ ଆଗଭଳି ସ୍ୱାଭାବିକ ଚାଲିବ ।

Advertisement

ଏଥିସହିତ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣିତରେ ଭଲ ଜ୍ଞାନ ଆସିବ । ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । 

Leave a Reply

Your email address will not be published. Required fields are marked *