Pratidin TV

Odisha's Digital News Platform

ବାପାଙ୍କୁ ଫିଟ୍‌ନେସ୍ ଟ୍ରେନିଂ ଦେଇ ପଟେଇ ଦେଲେ ଝିଅକୁ…

ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନଙ୍କ ଘରେ ଚାଲିଛି ବିବାହ ଉତ୍ସବ । କାରଣ ଆମୀରଙ୍କ ଝିିଅ ଆୟରା ଖାନ ଆଜି ବିବାହ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବାର ସହ କିଚି ଘନିଷ୍ଟ ବନ୍ଦୂ ଆଉ କିଛି ସେଲିବ୍ରିଟି ମାନେ ଯୋଗ ଦେଉଛନ୍ତି । ଏଥିସହ ଆମୀରଙ୍କ ଦୁଇ ପତ୍ନୀ କିରଣ ରାଓ ଏବଂ ରୀନା ଦତ୍ତ ମଧ୍ୟ ଏହି ଖୁସିର ମାହୋଲକୁ ଉପଭୋଗ କରୁଛନ୍ତି । ସମସ୍ତେ ପ୍ରାୟ ଜାଣିଥିବେ ଯେ ଆୟରା ଫିଟନେସ କୋଚ ନୁପୁର ଶିଖରେଙ୍କୁ ନିଜର ଜୀବନ ସାଥୀ ଭାବେ ବାଛିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି କିପରି ତାଙ୍କର ଲଭଷ୍ଟୋରୀ ଆରମ୍ଭ ହୋଇଛି? ତେବେ ଆସନ୍ତୁ ଜାଣିବା ଏହି ଦମ୍ପତିଙ୍କ ପ୍ରେମ କାହାଣୀ ।

ଆୟାର ଖାନ ନୁପୁରର ପରସ୍ପରକୁ ଦୀର୍ଘ ଦିନ ହେବ ପ୍ରେମ କରୁଥିଲେ । ପୂର୍ବରୁ ନୁପୂର ବୃତ୍ତି ଅନୁସାରେ ଜଣେ ଫିଟ୍‌ନେସ୍ ପ୍ରଶିକ୍ଷକ । ସେ ବଲିଉଡର ତାରକା ମାନଙ୍କୁ ଫିଟ ରହିବାକୁ ପରାମର୍ଶ ଦିଅନ୍ତି । ଏପରିକି ଆମୀର ଖାନ, ସୁସ୍ମିତା ସେନ୍‌, ଟାଇଗର ଶ୍ରଫ୍‌ଙ୍କ ପରି କଳାକାର ମାନେ ନୁପୁରଙ୍କ ଠାରୁ ଟ୍ରେନିଂ ନିଅନ୍ତି । ୨୦୨୦ ଲକ୍‌ଡାଉନ୍ ସମୟରେ ନୁପୁର ଆମୀରଙ୍କୁ ଫିଟ୍‌ନେସ୍ ଟ୍ରେନିଂ ଦେଉଥିଲେ । ଆଉ ଏତିକି ବେଳେ ଅମିରଙ୍କ ଝିଅ ଆୟାରା ତାଙ୍କ ବାପାଙ୍କ ପାଖରେ ରହୁଥିଲେ । ଆଉ ସେଇଠୁ ହିଁ ନୁପୁର ଏବଂ ଆୟରାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । ପରେ ଆୟାର ମଧ୍ୟ ନୁପୁରଙ୍କ ଠାରୁ ଫିଟ୍‌ନେସ୍ ଟ୍ରେନିଂ ନେବା ଆରମ୍ଭ କରିଥିଲେ । ଆଉ ଧୀରେ ଧୀରେ ଦୁହେଁ ବନ୍ଧୁ ହେଲେ ଏବଂ ତା’ପରେ ଏହି ବନ୍ଧୁତା କେବେ ପ୍ରେମରେ ପରିଣତ ହେଲା ତାହା ମଧ୍ୟ ଜାଣି ନଥିଲେ । ସେହି ଲକଡାଉନ୍ ସମୟରେ ଦୁହେଁ ପରସ୍ପର ସହିତ ବହୁତ ସମୟ ବିତାଇଥିଲେ । ଏଭଳି ପରିସ୍ଥିତିରେ ଦୁହେଁ ପରସ୍ପରକୁ ଭଲ ଭାବରେ ବୁଝିିବା ଆରମ୍ଭ କରିଥିଲେ ।

ଏହା ପରେ ଆୟାର ୨୦୨୧ ରେ ନୁପୁର ସହିତ ତାଙ୍କର ସମ୍ପର୍କ ସାର୍ବଜନୀନ କରିଥିଲେ । ଆୟରା ନୁପୁରଙ୍କ ସହ ଏକ ଫଟୋ ପୋଷ୍ଟ କରି ତାଙ୍କୁ ‘ଡ୍ରିମବୟ’ ବୋଲି କହିଥିଲେ । ଆଉ ଉଭୟ ପରିବାର ମଧ୍ୟ ଆୟରା ଏବଂ ନୁପୁରଙ୍କ ସମ୍ପର୍କ ପାଇଁ ରାଜି ହୋଇଥିଲେ । ଆମୀର ପୂର୍ବରୁ ନୁପୁରଙ୍କୁ ଜାଣିଥିଲେ । ଏଭଳି ପରିସ୍ଥିତିରେ ନୁପୁରଙ୍କୁ ତାଙ୍କ ଜ୍ୱାଇଁ କରିବାରେ ତାଙ୍କର କୈାଣସି ଆପତ୍ତି ନଥିଲା । ଉଭୟ ନଭେମ୍ବର ୧୮ରେ ଏକ ବ୍ୟକ୍ତିଗତ ସମାରୋହରେ ଏନ୍‌ଗେଜ୍‌ମେଣ୍ଟ୍ ହୋଇଥିଲେ । ଏଥିସହିତ ଆମୀର ଖାନ ଏକ ଇଭେଣ୍ଟ ସମୟରେ ସୂଚନା ଦେଇଥିଲେ ଯେ ଉଭୟ ଜାନୁଆରୀରେ ବିବାହ କରିବେ ବୋଲି । ଆଉ ଆଜି ସେମାନଙ୍କ ସ୍ୱପ୍ନ ପୂରଣ ହୋଇଛି । ଦୁହେଁ ନିଜ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଉଭୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ମଧ୍ୟ ଶେୟାର କରୁଛନ୍ତି ।

Leave a Reply

Your email address will not be published. Required fields are marked *