Pratidin TV

Odisha's Digital News Platform

ଭୟଙ୍କର ହେଉଛି ଇସ୍ରାଏଲ ଓ-ଇରାନର ଯୁଦ୍ଧ , ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ ..

1 min read

 ଯାହା ଡର ଥିଲା ଶେଷରେ , ତାହା ହିଁ ହେଲା । ଇସ୍ରାଏଲ ଉପରେ ଘନ ଘନ ଆକ୍ରମଣ କରୁଛି ଇରାନ । ଗତକାଲି ରାତିରେ ଏକକାଳୀନ ପ୍ରାୟ 2ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ କରି ଇସ୍ରାଏଲର ଏକାଧିକ ଅଞ୍ଚଳକୁ ଟାର୍ଗେଟ କରିଛି ଇରାନ ସେନା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ୍‌ ଡୋମ୍‌’ କିଛି ଇରାନୀ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଇଣ୍ଟରସେପ୍ଟ କରିଥିଲେ ସୁଦ୍ଧା କିଛି କ୍ଷେପଣାସ୍ତ୍ର ଟାର୍ଗେଟ ହିଟ୍‌ କରିବାରେ ସଫଳ ହୋଇଛି । ଭାରତୀୟ ସମୟ ରାତି ପ୍ରାୟ ସାଢେ 10 ଟାରେ ଏହି ଆକ୍ରମଣ ହୋଇଛି । ଇସ୍ରାଏଲର ସାମରିକ ପ୍ରତିଷ୍ଠାନ ଓ ସାଧାରଣ ଜନବସତିକୁ ଏଥିରେ ଟାର୍ଗେଟ କରାଯାଇଛି । କେତେକ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବମ୍‌ ସେଲଟର ବା ବୋମା ନିରୋଧୀ ଆଶ୍ରୟସ୍ଥଳୀରେ ଇସ୍ରାଏଲୀ ନାଗରିକଙ୍କୁ ରଖାଯାଇଥିବାର ସୂଚନା ମିଳିଛି । ମୃତାହତ ଓ ଅନ୍ୟ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି । ସମଗ୍ର ଇସ୍ରାଏଲରେ ହାଇଆଲର୍ଟ ଜାରି ହୋଇଛି । ପାଲଟା ଜବାବ ଦେବାକୁ ଇସ୍ରାଏଲ ସେନା ପ୍ରସ୍ତୁତ ହେଉଛି ।

ସେପଟେ ସ୍ଥିତିକୁ ଦେଖି ଭାରତୀୟ ନାଗରିକଙ୍କୁ ଇରାନ ଯାତ୍ରାରୁ ଦୂରେଇ ରହିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପରାମର୍ଶ ଦେଇଛି। ଇରାନରେ ରହୁଥିବା ଲୋକମାନେ ସତର୍କ ରହିବା ସହ ତେହେରାନରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ମନ୍ତ୍ରଣାଳୟ ଏକ ଟ୍ରାଭେଲ ଆଡଭାଇଜରି ଜାରି କରି ଅନୁରୋଧ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଅଞ୍ଚଳରେ ସାମ୍ପ୍ରତିକ ନିରାପତ୍ତା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Advertisement

Leave a Reply

Your email address will not be published. Required fields are marked *