Pratidin TV

Odisha's Digital News Platform

ଇରାନରେ ବର୍ବରକାଣ୍ଡ : ଝିଅ ମାନଙ୍କୁ ସ୍କୁଲ ଯିବାକୁ ଅଟକାଇବା ପାଇଁ ଦେଲେ ବିଷ..

1 min read

ନୂଆଦିଲ୍ଲୀ : ନିକଟରେ ଇରାନରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯାହା ଆପଣଙ୍କ ହୃଦୟକୁ ଦୋହଲାଇଦେବ । ଛୋଟ ଛୋଟ ଝିଅମାନଙ୍କୁ ସ୍କୁଲ ଯିବାକୁ ରୋକିବା ପାଇଁ ସବୁ ସୀମା ପାର କଲା ଇରାନ । ଶହ ଶହ ଝିଅଙ୍କୁ ଦିଆଗଲା ଜହର! ଇରାନରେ ଚମକାଇବା ଭଳି ଏକ ମାମଲା ସାମ୍ନାକୁ ଆସିଛି ।

Advertisement

ଏଠାରେ ଏକ ସହରରେ ଝିଅମାନଙ୍କୁ ସ୍କୁଲ ଯିବାରୁ ରୋକିବାକୁ ସେମାନଙ୍କୁ ଜହର ବା ବିଷ ଦିଆଯାଇଥିବା ଜଣାପଡିଛି । ଇରାନର ଜଣେ ମନ୍ତ୍ରୀ ଏହି ତଥ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଇରାନର ପବିତ୍ର ସହର କୋମ ସମେତ ଅନ୍ୟ ସ୍ଥାନରେ ଝିଅମାନଙ୍କ ସ୍କୁଲକୁ ବନ୍ଦ କରିବାକୁ କେତେଜଣ ଲୋକଙ୍କ ଦ୍ୱାରା କେତେଜଣ ଛାତ୍ରୀଙ୍କୁ ଜହର ଦେଇ ଦିଆଯାଇଛି । ଉକ୍ତ ବିଷକୁ କେମିକାଲ କମ୍ପାଉଣ୍ଡ ଭାବେ ଦିଆଯାଇଥିବା ବେଳେ ଏହି ମାମଲାରେ ଏବେ ପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି । ଏବେ ମାମଲାର ଯାଂଚ ଚାଲିଛି ।

ମଡିଆ ରିପୋର୍ଟ ଅନୁଯାୟୀ, ଇରାନର ୪ ସହରରେ ୧୪ ସ୍କୁଲରେ ପଢୁଥିବା ଝିଅମାନଙ୍କୁ ଟାର୍ଗେଟ କରାଯାଇଛି । ଏଥିରେ ଉତର ପଶ୍ଚିମ ସହର ଆନ୍ଦେଂବିଲ, ରାଜଧାନୀ ତେହେରାନ, ପଶ୍ଚିମ ସହର ବୋରୋଜର୍ଦ ଓ କୋମ ସହର ସାମିଲ ହୋଇଛି । କୋମକୁ ଇରାନର ପବିତ୍ର ସହର ବୋଲି କୁହାଯାଏ । ଏହା ଖୁବ ରୁଢିବାଦୀ ଓ ଧାର୍ମିକ ଭାବେ କଟ୍ଟର ସହର ବୋଲି କୁହାଯାଇଥାଏ । ଦେଶର ଅଧିକାଂଶ ନେତା ଓ ରାଷ୍ଟ୍ରପତି କୋମ ସହରରୁ ଧାର୍ମିକ ଶିକ୍ଷା ନେଇଛନ୍ତି । ସୋସିଆଲ ମିଡିଆରେ ବି କିଛି ଭିଡିଓ ଦେଖିବାକୁ ମିଳିଥିଲା ଯେଉଁଥିରେ କେତେକ ନାରାଜ ଲୋକେ ଶିକ୍ଷା ସଂସ୍ଥା ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *