Pratidin TV

Odisha's Digital News Platform

ଡ୍ରୋନ୍ ଆଟାକ ପଛରେ ରହିଛି ଇରାନ! ଏଭଳି ଚାଞ୍ଚଲ୍ୟ କର ଖୁଲାସା କରିଛି ଆମେରିକା ..

1 min read

ଲାଇବେରିୟା ପତାକା ଲାଗିଥିବା ମର୍ଚାଣ୍ଟ ଶିପ୍‌ ଉପରେ ଗତକାଲି ହୋଇଥିଲା ଡ୍ରୋନ୍ ଆଟାକ୍ । ଆରବ ସାଗରରେ ଭାରତ ଆସୁଥିଲା ତୈଳ ବୋଝେଇ ଜାହାଜ ଯାହା ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ତେବେ ଏହି ଘଟଣାରେ ଆମେରିକାର ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି । ଇରାନରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିବା ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି । ଅଶୋଧିତ ତୈଳ ବୋଝେଇ କରି ସାଉଦି ଆରବରୁ କର୍ଣ୍ଣାଟକ ମାଙ୍ଗାଳୁରୁକୁ ଆସୁଥିବା ଜାହାଜ ଉପରେ ଗତକାଲି ଡ୍ରୋନ୍ ଆକ୍ରମଣ ହୋଇଥିଲା ।ଫଳରେ ବାଣିଜ୍ୟିକ ଜାହାଜରେ ବିସ୍ଫୋରଣ ହେବା ସହିତ ଏଥିରେ ନିଆଁଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଭାରତ ଆସୁଥିବା ଏହି ଟାଙ୍କରକୁ ଇରାନ୍ ହମଲା କରିଥିବା ଦାବି କରିଛି ଆମେରିକା ।

ଆକାଶମାର୍ଗରୁ ଡ୍ରୋନ୍ ଆକ୍ରମଣରେ ଜାହାଜଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ପରେ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚଳାଚଳରେ ବାଧା ଉପୁଜିଛି । ଜାହାଜରେ ୨୧ ଭାରତୀୟ କ୍ରୁ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା କୁହ ଯାଇଛି । ଘଟଣାସ୍ଥଳରେ ଭାରତୀୟ ନୌସେନା ପହଞ୍ଚି ଜାହାଜକୁ ସୁରକ୍ଷା ଦେଉଛି । ଆକ୍ରମଣ ନେଇ ଯାଞ୍ଚ ଚାଲିଥିବା ବେଳେ ପେଣ୍ଟାଗନ କହିଛି, ଶନିବାର ଇରାନରୁ ଲଞ୍ଚ ହୋଇଥିବା ଏକ ଡ୍ରୋନ୍ ହିନ୍ଦ୍ ମହାସାଗର ଦେଇ ଭାରତ ଯାଉଥିବା ରସାୟନିକ୍ ଜାହାଜକୁ ଟାର୍ଗେଟ୍ କରିଥିଲା । ଏହି ଆକ୍ରମଣ ପରେ ମର୍ଚାଣ୍ଟ ଶିପ୍‌ରେ ବିସ୍ଫୋରଣ ହେବା ସହିତ ନିଆଁ ଲାଗି ଯାଇଥିଲା । ମୋଟର ଜାହାଜ CHEM ପ୍ଲୁଟୋରେ ଲାଇବେରିୟାର ପତାକା ଲଗାଇ ସାଉଦିଆରବର ଏକ ବିନ୍ଦରରୁ ଭାରତର ମାଙ୍ଗାଲୋର ପୋର୍ଟକୁ ଆସୁଥିଲା । ଏହି ଜାହାଜ ଜାପାନ କମ୍ପାନୀ ମାଲିକାନାରେ ରହିଥିବା ବେଳେ ଏହା ନେଦରଲାଣ୍ଡରୁ ପରିଚାଳିତ ହେଉଥିଲା । କୁହାଯାଉଛି, ଏହି କେମିକାଲ୍ ଜାହାଜ ଉପରେ ଭାରତୀୟ ସମୟ ୧୦ଟାରେ ଗୁଜରାଟର ବେରାବଲ ଉପକୂଳରୁ ପ୍ରାୟ ୨୦୦ ନଟିକାଲ୍ ମାଇଲ୍ ଦୂରରେ ସମୁଦ୍ରରେ ଡ୍ରୋନ୍ ହମଲା ହୋଇଛି । ଏହି ଆଟାକ୍ ଇରାନ୍ କରିଥିବା ଥିବା ଆମେରିକା ପ୍ରତିରକ୍ଷା ବିଭାଗ ଦାବି କରିଛି ।

Leave a Reply

Your email address will not be published. Required fields are marked *