ସମଲିଙ୍ଗି ସମ୍ପର୍କ ରଖିଲେ ୧୫ ବର୍ଷ ଜେଲ ଦଣ୍ଡ….ଏପରି ଆଇନ ଆଣିଲା ଇରାକ
1 min readସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି ସହିତ, ଆଇନ ଅନୁଯାୟୀ, ଯେଉଁମାନେ ସମଲିଙ୍ଗୀ ସମ୍ପର୍କ ରଖନ୍ତି ସେମାନଙ୍କ ପାଇଁ ୧୫ବର୍ଷ ଦଣ୍ଡ ମଧ୍ୟ ଘୋଷଣା କରାଯାଇଥିଲା। ଧାର୍ମିକ ମୂଲ୍ୟବୋଧ ଆଧାରରେ ଇରାକର ସଂସଦ ଏହି ଆଇନ ପ୍ରଣୟନ କରିଛି। ସୂଚନାଯୋଗ୍ୟ, ବେଶ୍ୟାବୃତ୍ତି ବିରୋଧରେ ଇରାକର ସଂସଦ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଆଇନରେ ଆହୁରି କହିଛି ଯେ, ଇରାକରେ ସମଲୈଙ୍ଗିକତା କିମ୍ବା ଗଣିକାବୃରିକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଏବଂ ଲିଙ୍ଗ ପରିବର୍ତନ କରୁଥିବା ଡାକ୍ତରଙ୍କୁ ମଧ୍ୟ ଜେଲରେ ଭର୍ତ୍ତି କରାଯିବ । ଜାଣିଶୁଣି ମହିଳାଙ୍କ ପରି ବ୍ୟବହାର କରୁଥିବା ପୁରୁଷ, ୱାଇଫ୍ ସ୍ବାଇପ୍ ବା ସ୍ତ୍ରୀଙ୍କୁ ଅଦଳବଦଳ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନୂଆ ଆଇନ ବଳରେ ଦଣ୍ଡିତ କରାଯିବ । ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ପାଇଁ ୭ ବର୍ଷ ଜେଲଦଣ୍ଡର ପ୍ଳାବଧାନ ରହିଛି । ଇରାକରେ ୧୯୮୦ ମସିହାର ପୃଷ୍ଟିଟ୍ୟୁସନ ବା ଗଣିକା ବୃରି ସମ୍ବନ୍ଧୀୟ ଆଇନରେ ପରିବର୍ତ୍ତନ କରାଯାଇ ସେଥ୍ରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ଯୋଡ଼ା ଯାଇଥିଲା । ଏହାକୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ବିରୋଧରେ କରିବା ପରେ ଏଥିରେ ପୁଣି ସଂଶୋଧନ କରାଯାଇଛି ।
ଏହି ଆଇନକୁ ମୁଖ୍ୟତଃ ରକ୍ଷଣଶୀଳ ମୁସଲମାନ ଦଳମାନେ ସମର୍ଥନ କରିଥିଲେ ଯେଉଁମାନେ ମୁଖ୍ୟତଃ ମୁସଲମାନ ଇରାକର ସଂସଦରେ ସର୍ବବୃହତ ମେଣ୍ଟ ଗଠନ କରନ୍ତି। ଧାର୍ମିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଇରାକ ସମାଜକୁ ନୈତିକ ଦୁର୍ବଳତାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେଠାକାର ଅଧିକାରୀମାନେ କହିଛନ୍ତି। ତଥ୍ୟ ଅନୁଯାୟୀ, ୧୩୦ରୁ ଅଧିକ ଦେଶରେ ସମଲିଙ୍ଗୀ ସମ୍ପର୍କ ଆଇନଗତ ହୋଇଥିବା ବେଳେ ୬୦ରୁ ଅଧିକ ଦେଶ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ଘୋଷଣା କରିଛନ୍ତି।
ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଏହି ନିଷ୍ପତ୍ତି ପାଇଁ ଆମେରିକା ଚିନ୍ତିତ। ଏହି ପରିବର୍ତ୍ତନ ସାମ୍ବିଧାନିକ ଭାବେ ସଂରକ୍ଷିତ ମାନବ ଅଧିକାର ଏବଂ ମୌଳିକ ସ୍ବାଧୀନତା ପାଇଁ ବିପଦ। ଏହି ଆଇନକୁ ବିରୋଧ କରି କହିଛନ୍ତି କୌଣସି ବ୍ୟକ୍ତିକୁ ତାଙ୍କର ଲିଙ୍ଗଗତ ପରିଚୟ ଆଧାରରେ ଟାର୍ଗେଟ କରଯାଇପାରିବ ନାହିଁ |