Pratidin TV

Odisha's Digital News Platform

IPL 2024 ; ରିୟାନ୍‌ଙ୍କୁ ନେଇ ବଡ ଭବିଷ୍ୟବାଣୀ କଲେ ଇରଫାନ୍ ପଠାନ୍ , କହିଲେ ଆସନ୍ତା ୨ ବର୍ଷରେ ରିୟାନ୍ ବଦଳାଇବେ କ୍ରିକେଟର ଦିଗ….

1 min read

ଘରୋଇ କ୍ରକେଟରଙ୍କୁ ହାଲୁକା ଭାବେ ନ ନେବାକୁ ଅନ୍ୟ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି ଇରଫାନ୍ ପଠାନ୍ । ସେ କହିଛନ୍ତି ଯେ ପରାଗଙ୍କ ପରି ଜଣେ ଘରୋଇ କ୍ରିକେଟ ସିଜିନ୍‌ରେ ବହୁତ୍ ରନ୍ ସ୍କୋର କରିଥିଲେ । ଯେଉଁଥିପାଇଁ ସେ ଆଇପିଏଲ ପଡିଆରେ ନିଜର ଚତ୍ମକାର ଦେଖାଇପାରିଛନ୍ତି ।

ଏନେଇ ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ବର୍ତ୍ତମାନର ସମୀକ୍ଷକ ଇରଫାନ୍ ପଠାନ୍ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ସମୟରେ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ୨୨ ବର୍ଷିୟ ରିୟାନ୍ ଦିଲ୍ଲୀ ରାଜଧାନୀ ବିପକ୍ଷରେ ୪୫ ବଲରେ ୮୪ ରନ୍‌ର ଅପରାଜିତ ଇନିଂସ ଖେଳି ବିରୋଧୀ ଦଳର ବୋଲମାନଙ୍କ ହୋସ୍ ଉଡାଇଦେଇଥିଲେ । ସେ ୪୫ଟି ବଲ୍ରୁ ୭ଟି ଚୌକା ଓ ୬ଟି ଛକା ସହାୟତାରେ ଏହି ରନ୍ କରିଥିଲେ। ତେବେ ଗତକାଲି ମ୍ୟାଚ୍‌ରେ ରିୟାନଙ୍କ ଧୁଅ।ଧାର ବ୍ୟାଟିଂ ସଭିଙ୍କ ହୋସ୍ ଉଡାଇଥିଲା । ଆଉ ତାଙ୍କୁ ଗେମ ଚେଞ୍ଜର ମଧ୍ୟ ବନାଇଥିଲା । ଅନ୍ୟପଟେ ରିୟାନଙ୍କ ଖେଳିବା ଶୈଲୀ ଦେଖି ଇରଫାନ୍ ପଠାନ୍ ବୋହୁତ ଖୁସି ହୋଇଯାଇଥିଲେ । ଏବ ଂ ଏନେଇ ସେ ଭବିଷ୍ୟବାଣୀ କରି କହିଛନ୍ତି ଙ୍ଘେରୋଇ କ୍ରିକେଟର ମାନଙ୍କୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଇରଫାନ୍ ଏକ୍ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ରିୟାନ ପରାଗ୍ ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ପାଇଁ ଖେଳିବେ’ । ତାଙ୍କ ପରିଶ୍ରମ ତାଙ୍କୁ ଶ୍ରେଷ୍ଠା ସ୍ଥାନରେ ବସାଇବ ।

Advertisement

ରାଜସ୍ଥାନ ରୟାଲ୍ସ a VS ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍
ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ରାଜସ୍ଥାନ ରୟାଲ୍ସ (RR) ୧୨ ରନ୍ରେ ବିଜୟୀ ହୋଇଛି। ଏହା ରାଜସ୍ଥାନ ରୟାଲ୍ସର କ୍ରମାଗତ ଦ୍ୱିତୀୟ ବିଜୟ। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ (DC) ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୫ ରନ୍ କରିଥିଲା। ରାଜସ୍ଥାନ ରୟାଲ୍ସ (RR) ପକ୍ଷରୁ ରିୟାନ ପରାଗ ଅପରାଜିତ ରହି ସର୍ବାଧିକ ୮୪ ରନ୍ କରିଥିଲେ। ସେ ୪୫ଟି ବଲ୍ରୁ ୭ଟି ଚୌକା ଓ ୬ଟି ଛକା ସହାୟତାରେ ଏହି ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୨୯, ଧ୍ରୁବ ଜୁରେଲ ୨୦, ଅଧିନାୟକ ସଞ୍ଜୁ ସାମସନ୍ ୧୫, ଜୋଶ ବଟଲର ୧୧ ଓ ଯଶ୍ୱସୀ ଜୈସୱାଲ ୫ ରନ୍ କରିଥିଲେ। ସେହିପରି ଶିମ୍ରୋନ ହେଟମାୟର ଅପରାଜିତ ୧୪ ରନ୍ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖଲିଲ ଅହମଦ, ମୁକେଶ କୁମାର, ଏନରିଚ୍ ନୋର୍ଟଜେ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

୧୮୬ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଦିଲ୍ଲୀ କ୍ୟାପିଟାଲ୍ସ (DC) ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୭୩ ରନ୍ କରିଥିଲା। ଦଳ ପକ୍ଷରୁ ଓପନର ଡାଭିଡ ୱାର୍ଣ୍ଣର ସର୍ବାଧିକ ୪୯ (୩୪ ବଲ୍, ୫ ଚୌକା, ୩ ଛକା) ରନ୍ କରିଥିବା ବେଳେ ଟ୍ରିଷ୍ଟନ ଷ୍ଟବ୍ସ ଅପରାଜିତ ୪୪ (୨୩ ବଲ୍, ୨ ଚୌକା, ୩ ଛକା) ରନ୍ କରିଥିଲେ। ମିଚେଲ ମାର୍ଶ ୨୩, ଅଧିନାୟକ ଋଷଭ ପନ୍ତ ୨୮, ଅଭିଷେକ ପୋରେଲ ୯ ଓ ଅକ୍ଷର ପଟେଲ ଅପରାଜିତ ୧୫ ରନ୍ କରିଥିଲେ। ରିକି ଭୂଇ ଖାତା ଖୋଲି ପାରି ନଥିଲେ।

Leave a Reply

Your email address will not be published. Required fields are marked *