Pratidin TV

Odisha's Digital News Platform

ପୁଣି ଟ୍ରେନ ଦୁର୍ଘଟଣା ପାଇଁ ବଡ଼ ଷଡଯନ୍ତ୍ର ; ଟ୍ରାକ୍‌ରେ ଲୁହାରଡ଼ ରଖି ଲାଇନଚ୍ୟୁତ ଉଦ୍ୟମ…

1 min read

ଟଳିଲା ବଡ଼ ଧରଣର ରେଳ ଦୁର୍ଘଟଣା । ସମ୍ଭବତଃ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର । ଟ୍ରେନ୍ ଟ୍ରାକ୍‌ରେ ଲୁହା ରଡ ରଖି ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଗ୍ୱାଲିଅର୍ ଷ୍ଟେସନ ନିକଟ ରେଳ ଟ୍ରାକରୁ ଏକ ଲୁହା ରଡ ଉଦ୍ଧାର କରାଯାଇଥିଲା। ତେବେ ଏହି ସମୟରେ ଟ୍ରାକରେ ଏକ ମାଲଗାଡ଼ି ଆସୁଥିଲା। ସତର୍କତା ସହ ଦୁର୍ଘଟଣା ଘଟିବା ପୂର୍ବରୁ ଲୋକପାଇଲଟ ଟ୍ରେନକୁ ଅଟକାଇ ଦେଇଥିଲେ। ଯାହାଫଳରେ ଅଳ୍ପକେ ଦୁର୍ଘଟଣା ରୁ ବର୍ତ୍ତିଯାଇଥିଲା ଟ୍ରେନ ।ଘଟଣା ସମ୍ପର୍କରେ ଜାଣିବା ପରେ ରେଳ ସୁରକ୍ଷା ବଳ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଥିଲେ।

ତେବେ ନିକଟରେ ଉତ୍ତରପ୍ରଦେଶର ରାଏବରେଲିରେ ଏକ ମାଲବାହି ଟ୍ରେନ୍‌ ସିମେଣ୍ଟ ସ୍ଲିପର୍‌ ସହ ଧକ୍କା ହୋଇଛି। ରାଏବରେଲିର ଲକ୍ଷ୍ମଣପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା ବେଳେ ଟ୍ରେନଟି ପ୍ରାୟ ୧୫ ମିନିଟ୍ ପାଇଁ ଅଟକି ରହିଥିଲା ବୋଲି ଜଣାପଡିଛି। ତେବେ ଚାଷ ଜମିରେ ରଖାଯାଇଥିବା ସିମେଣ୍ଟ ସ୍ଲିପରକୁ କେହି ଟାଣିଆଣି ଟ୍ରାକ୍‌ରେ ଜାଣିଶୁଣି ରଖିଛନ୍ତି ବୋଲି ସନ୍ଦେହ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *