Pratidin TV

Odisha's Digital News Platform

ଚର୍ଚ୍ଚାରେ IRS ଅଫିସର; ମିସରୁ ମିଷ୍ଟର ହେଲେ, ଅଫିସିଆଲ୍‌ ରେକର୍ଡରେ ନାମ ଓ ଲିଙ୍ଗ ପରିବର୍ତ୍ତନ କରିବାକୁ ମିଳିଲା ଅନୁମତି

1 min read

ଭାରତୀୟ ରାଜସ୍ବ ସେବା (IRS ) ଜଣେ ମହିଳା ଅଫିସର ନିଜ ଲିଙ୍ଗ ଓ ନାମ ପରିବର୍ତ୍ତନ କରି ପୁରୁଷ ହୋଇଯାଇଛନ୍ତି | ହାଇଦ୍ରାବାଦର ଏକ୍ସାଇଜ୍‌ ଆଣ୍ଡ୍‌ ସର୍ଭିସ ଟ୍ୟାକ୍ସ ଅପିଲେଟ୍‌ ଟ୍ରିବ୍ୟୁନାଲ (ସିଇଏସ୍‌ଟିଏଟି)ର ଆଞ୍ଚଳିକ ଶାଖାରେ ଜଏଣ୍ଟ କମିଶନର ଭାବେ କାର୍ଯ୍ୟରତ ଏମ୍‌. ଅନୁସୂୟାଙ୍କ ଏହି ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟ ସ୍ବୀକୃତି ପ୍ରଦାନ କରିଛି। ଭାରତୀୟ ସିଭିଲ୍‌ ସର୍ଭିସ୍‌ରେ ଏହାକୁ ପ୍ରଥମ ଲିଙ୍ଗ ପରିବର୍ତ୍ତନ ବୋଲି କୁହାଯାଉଛି।

ଇତିହାସରେ ପ୍ରଥମ ଯାହା କେବେ ହୋଇନଥିଲା ତାହା ବର୍ତ୍ତମାନ ହୋଇଛି| ଭାରତ ସରକାର ବଡ ନିଷ୍ପତି ନେଇଛନ୍ତି | ଯାହା ବର୍ତ୍ତମାନ ଇତିହାସ ସୃଷ୍ଟି କରିଛି | କେବଳ ଭାରତ ନୁହେଁ ବରଂ ବିଶ୍ୱରେ ଅନ୍ୟ ଦେଶ ପାଇଁ ମଧ୍ୟ ଏହା ଏକ ଉଦାହର ହେବାକୁ ଯାଉଛି | ଜଏଣ୍ଟ କମିଶନରଙ୍କ ନିଜ ଲିଙ୍ଗ ବଦଳାଇବା ପାଇଁ ଅର୍ଥ ମନ୍ତ୍ରଣାଳୟ ସ୍ବୀକୃତି ପ୍ରଦାନ କରିଛି।

Advertisement

୩୫ ବର୍ଷୀୟା ଏମ୍‌. ଅନୁସୂୟା ଲିଙ୍ଗ ପରିବର୍ତ୍ତନ କରିବା ପରେ ନିଜ ନାମ ଏମ୍‌. ଅନୁକାଥିର ସୂର୍ଯ୍ୟା ରଖିଛନ୍ତି। ଏପରିକି ସେ ସମସ୍ତ ସରକାରୀ ରେକର୍ଡରେ ନୂଆ ନାମରେ ପରିଚିତ ହେବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଲିଙ୍କଡଇନ୍ ପ୍ରୋଫାଇଲରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁସାରେ, IRS ଅଧିକାରୀ ଅନୁକଥୀର ୨0୧୩ ରେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ୨0୧୮ ରେ ଡେ଼ପ୍ୟୁଟି କମିଶନର୍ ପଦବୀକୁ ଉନ୍ନୀତ ହୋଇଥିଲେ। ବର୍ତ୍ତମାନ ହାଇଦ୍ରାବାଦର କଷ୍ଟମ୍ସ ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲରେ ଯୁଗ୍ମ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *