Pratidin TV

Odisha's Digital News Platform

ପୁଣି ବିବାହ କରିବାକୁ ମନ ବଳାଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର , ରେଜିଷ୍ଟାର ଅଫିସରେ କଲେ ଆବେଦନ..

1 min read

ଜଗତସିଂହପୁର: ବିବାଦ ପିଛା ଛାଡୁ ନଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଲେ ତିର୍ତ୍ତୋଲ ବିଧାୟକ । କେତେବେଳେ ପ୍ରେମିକାକୁ ପ୍ରତାରଣା କରି ତ ପୁଣି କେବେ ବିବାହର ପ୍ରତିଶୃତି ଦେଇ ଠକି ଦେଇଥିବା ନେଇ ବିବାଦ କୁ ଆସିଥିଲେ ବିଧାୟକ ବିଜୟ ଶଙ୍କର ଦାସ । ସମ୍ପୂର୍ଣ୍ଣ ରୂପେ ବିବାଦରୁ ବାହାରି ପାରିନଥିବା ବେଳେ ପୁଣି ବିବାହ କରିବାକୁ ମନ ବଳାଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ।ଏଥି ପାଇଁ କୋର୍ଟରେ ଆବେଦନ ମଧ୍ୟ କରିଛନ୍ତି ବିଧାୟକ । କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ବିଜୟଶଙ୍କର ଦାସ ଆବେଦନ କରିଥିବା ଜଣାପଡିଛି । ଦୀର୍ଘ ଦିନ ଧରି ବାନ୍ଧବୀ ସୋମାଲିକଙ୍କସହ ପ୍ରେମ ସମ୍ପର୍କରେ ରହିଥିବା ବେଳେ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ ବିଧାୟକ ।

କିନ୍ତୁ ପରେ ବିବାହରୁ ଓହରି ଯାଇଥିଲେ । ଯାହାଫଳରେ ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ ଅଭିଯୋଗ କରିଥିଲେ । ହେଲେ ସେହି ଅଭିଯୋଗରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଲିନଚିଟ ପାଇନାହାନ୍ତି । ଆଉ ଏବେ ପୁଣି ବିବାହ ପାଇଁ କଟକ ରେଜିଷ୍ଟାରଙ୍କ ନିକଟରେ ଆବେଦନ କରିବା ବିଧାୟକଙ୍କ ଅଡୁଆ ବଢାଇବ ଦେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ତେବେ ଏ ନେଇ କଟକ ରେଜିଷ୍ଟ୍ରାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

Advertisement

ସୂଚନାମୁତାବକ, ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ସହ ବିଧାୟକଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଥାନା ଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଁଚିଥିଲା । ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରି ରଖିଛି । ତାଭିତରେ ବି ବିଧାୟକ ଏବେ ବାହା ଦେବାକୁ ଯାଉଛନ୍ତି ।ତେବେ ତାଙ୍କ କନିଆଁ କିଏ ହେବ ସେମାଲିକା କି ଅନ୍ୟ କେହି ଯୁବତୀ ? ତାହା ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *