Pratidin TV

Odisha's Digital News Platform

ରାଜନୀତିରୁ ସନ୍ୟାସ ନେଲେ ଅଚ୍ୟୁତ ସାମନ୍ତ ।

1 min read

ରାଜନୀତିରୁ ସନ୍ୟାସ ନେଲେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ସେ ନିଜେ ଏହି ଖବରଟି ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇଡଛନ୍ତି । ଏନେଇ ସେ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଲେ ।

ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ବି ସେ ନିଜ ସମାଜ ସେବା ଜାରି ରଖିବେ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି।

Advertisement

୨୦୧୮ରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିବା ସହ ବିଜେଡିରେ ସାମିଲ ହୋଇଥିଲେ। ଏବଂ ସେହି ବର୍ଷ ତାଙ୍କୁ ରାଜ୍ୟସଭା ପଠାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପରେ ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ସପ୍ତଦଶ ଲୋକସଭାରେ ପାଦ ଥାପିଥିଲେ। ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପିର ଖାରବେଳ ସ୍ୱାଇଁଙ୍କୁ ପାଖାପାଖି ଏକ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅଚ୍ୟୁତ ସାମନ୍ତ। ହେଲେ ୨୦୨୪ ଲୋକସଭା ନିର୍ବାଚନରେ କନ୍ଧମାଳ ଆସନରୁ ପରାଜୟ ପରେ ଆଜି ସେ ନିଜ ଅବସର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *