Pratidin TV

Odisha's Digital News Platform

କୋଭିଡ ଟୀକା ନେଉଛି କି ଜୀବନ? ଆଇସିଏମ୍‌ଆର କରିଲା ବଡ ଖୁଲାସା…

1 min read

କରୋନା ସଂକ୍ରମଣ ଏବଂ ଏହା ଦ୍ୱାରା ମୃତ୍ୟୁ ହାର ହ୍ରାସ କରିବାରେ ଟୀକାକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତଥାପି, କେତେକ ରିପୋର୍ଟ ଆଶଙ୍କା ପ୍ରକାଶ କରିଛି ଯେ ଟୀକାକରଣ ଅନେକ ଗମ୍ଭୀର ରୋଗର ଆଶଙ୍କା ବଢାଇଦେଇଛି । କେବଳ ଏତିକି ନୁହେଁ ଏହା ବୟସ୍କମାନଙ୍କଠାରେ ହୃଦଘାତ ଏବଂ ମୃତ୍ୟୁ ଆଶଙ୍କା ମଧ୍ୟ ବୃଦ୍ଧି କରିଛି । ତେବେ କୋଭିଡ୍ ଟିକା ପ୍ରକୃତରେ ରୋଗ ଏବଂ ଅକାଳ ମୃତ୍ୟୁ ହେବାର ଆଶଙ୍କା ସୃଷ୍ଟି କରିପାରିବ କି? କାରଣ ଟିକା କରଣ ବେଳେ ଏପରି କିଛି ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା । ହେଲେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର) ଏହି ପ୍ରଶ୍ନର ଉତ୍ତର ରଖିଛି ।

ରିପୋର୍ଟ ଅନୁସାରେ ଆଇସିଏମ୍‌ଆର ଏକ ଅଧ୍ୟୟନରୁ ଏହାର ଉତ୍ତର ଖୋଜି ପାଇଛି । ଲୋକଙ୍କୁ ଆଶ୍ୱାସନା ଦେଇ ଆଇସିଏମଆର କହିଛି ଯେ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା କୈାଣସି ଅସୁବିଧା ସୃଷ୍ଟି କରୁନାହିଁ । କୋଭିଡ ୧୯ ଟୀକାକରଣ ସମ୍ପୂର୍ଣ୍ଣ ସୁରକ୍ଷିତ । ଏହା ବୟସ୍କଙ୍କ ମୃତ୍ୟୁହାର ପାଇଁ ଦାୟୀ ନୁହେଁ ।ଆଇସିଏମ୍‌ଆର ଆହୁରୀ ମଧ୍ୟ କହିଛି ଯେ କୋଭିଡ ୧୯ କାରଣରୁ ହସ୍ପିଟାଲରେ ଭର୍ତ୍ତି ହେବା, କୈାଣସି ଲୋକଙ୍କର ହଠାତ୍ ମୃତ୍ୟୁ ଏବଂ କିଛି ଜୀବନଶୈଳୀ କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଅସ୍ପଷ୍ଟ ତଥା ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢାଉଛି । ଟୀକାକରଣ କରୋନା ସଂକ୍ରମଣର ବିପଦ ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ଗମ୍ଭୀରତାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏହା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ।

Advertisement

କୋଭିଡ ଟିକା କେତେ ସୁରକ୍ଷିତ ତାହା କାଣିବା ପାଇଁ ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନ କରିଥିଲେ । ଭାରତରେ ୧୮-୪୫ ବର୍ଷ ବୟସ୍କମାନଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ସହିତ ଜଡିତ କାରକ ଶୀର୍ଷକ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଟୀକାକରଣରେ କୈାଣସି ପ୍ରକାରେ ମୃତ୍ୟୁ ଆଶଙ୍କା ବଢାଇ ନାହିଁ ।ଏହାବ୍ୟତୀତ ଏହି ଅଧ୍ୟୟନରେ ୧୮-୪୫ ବର୍ଷ ବୟସର ସୁସ୍ଥ ବ୍ୟକ୍ତିଙ୍କ ତଥ୍ୟ ଦେଖାଯାଇଥିଲା । ଯେଉଁମାନଙ୍କ କୋଭିଡ ପୂର୍ବରୁ,କୈାଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା । ସେମାନଙ୍କର ଏକ ପ୍ରକାର ଚିକିତ୍ସା ଇତିହାସ, ୪୮ ଘଣ୍ଟା ପୂର୍ବରୁ ଧୂମପାନ, ମଦ୍ୟପାନ କିମ୍ବା ଅତ୍ୟଧିକ ବାୟାମ କରିବା ଯୋଗୁଁ ଆକସ୍ମିକ ମୃତ୍ୟ ହେବାର ତଥ୍ୟ ପାଇଥିଲେ ବୋଲି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ । ଏହା ତଥ୍ୟ ବୟସ୍କମାନଙ୍କ ଠାରେ ମଧ୍ୟ ପରିଲକ୍ଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *