Pratidin TV

Odisha's Digital News Platform

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କେ .ଏଲ .ରାହୁଲ ! ସୋସିଆଲ ମିଡିଆରେ କଲେ ସେୟାର ..

1 min read

ଭାରତୀୟ କ୍ରିକେଟ ଦଳର ସଂକଟମୋଚକ ସାଜିଥିବା କେ.ଏଲ ରାହୁଲ ଏବେ କ୍ରିକେଟ ଜଗତରୁ ଅବସର ନେଉଛନ୍ତି! ଏନେଇ ସେ ସୋସିଆଲ ମିଡିଆରେ ଚର୍ଚ୍ଚା କରିଛନ୍ତି ।  ଯାହା ଦେଖିବା ପରେ ତାଙ୍କ ଅବସର କୁ ନେଇ ସବୁଠି ଆଲୋଚନା ଚାଲିଛି  । ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟକୁ ନେଇ ବେଶ ଚର୍ଚ୍ଚା ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଯାଇଛି, ବହୁ ଚିନ୍ତା ଏବଂ ବିଚାର ପରେ ମୁଁ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ସହଜ ହୋଇନି, କାରଣ ଅନେକ ବର୍ଷ ଧରି ଖେଳ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛି  । ମୋର କ୍ୟାରିୟରରେ ମୋ ପରିବାର, ବନ୍ଧୁ, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ଠାରୁ ମୁଁ ପାଇଥିବା ସମର୍ଥନ ଏବଂ ଉତ୍ସାହ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ  । ମୁଁ ପାଇଥିବା ଅଭିଜ୍ଞତା ଏବଂ ସ୍ମୃତିଗୁଡ଼ିକ ପ୍ରକୃତରେ ଅମୂଲ୍ୟ ଅଟେ । ମୋର ଦେଶକୁ ପ୍ରତିନିଧିତ୍ୱ କରିବା ଏବଂ ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ ଖେଳିବା ମୋ ପାଇଁ ଗର୍ବର କଥା  ।

ଆଗାମୀ ନୂତନ ଅଧ୍ୟାୟ ପାଇଁ ମୁଁ ଉତ୍ସାହିତ ଥିବାବେଳେ, ମୁଁ ଖେଳ ସହିତ ମୋର ସମୟକୁ ସର୍ବଦା ମନେ ରଖିବି । ଏହା ଅବିଶ୍ୱାସନୀୟ ଯାତ୍ରାର ଏକ ଅଂଶ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ  । ଯାହାକୁ ଦେଖିବା ପରେ କ୍ରିକେଟପ୍ରେମୀ ମାନଙ୍କୁ ବଡ଼ ଝଟକା ଲାଗିଛି  । ବାସ୍ତବରେ କେ.ଏଲ୍ ରାହୁଲ ତାଙ୍କ ଆକାଉଣ୍ଟରେ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିନାହାଁନ୍ତି। ଏକ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ସେ ଲେଖିଛନ୍ତି ଯେ ମୋର ଏକ ଘୋଷଣା କରିବାର ଅଛି, ମୋ ସହିତ ଯୋଡି ହୋଇ ରୁହନ୍ତୁ  । ଯାହା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଳ୍ପନା କରୁଛନ୍ତି  । ଏହି ସବୁ ମଧ୍ୟରେ ଏହି ନକଲି ଇନଷ୍ଟାଗ୍ରାମର ଷ୍ଟୋରୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  ରାହୁଲଙ୍କୁ ବର୍ତ୍ତମାନ ୩୨ ବର୍ଷ ବୟସ ଏବଂ ତାଙ୍କ ଆଗରେ ତାଙ୍କର ସମସ୍ତ କ୍ୟାରିଅର୍‌ ଅଛି। ଯଦିଓ ସେ ଆଉ ଟି -୨୦ରେ ଦଳର ଅଂଶ ନୁହଁନ୍ତି, ସେ ଦିନିକିଆ ଏବଂ ଟେଷ୍ଟରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ବିବେଚନା କରାଯାଏ ।କେ.ଏଲ୍ ରାହୁଲ ୨୦୧୪ରେ ତାଙ୍କର ଇଣ୍ଟରନ୍ୟାସନାଲ କ୍ୟାରିଅର୍ ଆରମ୍ଭ କରିଥିଲେ  । ଇଣ୍ଡିଆ ପାଇଁ ୫୦ଟି ଟେଷ୍ଟ, ୭୭ଟି ଦିନିକିଆ ଏବଂ ୭୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୨୮୬୩ ରନ୍, ଦିନିକିଆରେ ୨୮୫୧ ରନ୍ ଏବଂ ଟି -୨୦ରେ ୨୨୬୫ ରନ୍ କରିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳର ଅଧିନାୟକ ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *