Pratidin TV

Odisha's Digital News Platform

ପଦ୍ମ ଧରିବେ କି ମହମ୍ମଦ ସାମି! ଅମିତ ଶାହାଙ୍କ ସହ ଫଟୋ ଭାଇରାଲ ପରେ ଆରମ୍ଭ ହେଲାଣି ଚର୍ଚ୍ଚା..

1 min read

ଭାରତୀୟ ଦଳର ଷ୍ଟାର ବୋଲର ହେଉଛନ୍ତି ମହମ୍ମଦ ଶାମି । ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରଠାରୁ ଘର ଘର ପରିଚିତ ଚେହେରା ହେଉଛନ୍ତି ସାମି । ତେବେ ବିଶ୍ୱକପ ପରେ ଦିଲ୍ଲୀର ଏକ ଉତ୍ସବରେଯୋଗ ଦେଇଥିଲେ ମହମ୍ମଦ ସାମି । ଏହି କାର୍ଯ୍ୟକ୍ରମରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଦ୍ରୁତ ବୋଲର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଜେପିର ବରିଷ୍ଠ ନେତାଙ୍କ ସହ କିଛି ଫଟୋ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଭିତ ଶାହାଙ୍କ ସହ ସାମି ଥିବା ବେଳେ ତାଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ନଜର ଆସିଥିଲେ । ଏହି ଉତ୍ସବ ଉତ୍ତରାଖଣ୍ଡର ବାର୍ଷିକ ଉତ୍ସବ ଥିଲା । ଯାହାକୁ ବିଜେପି ନେତା ଅନିଲ ବଲୁନି ତାଙ୍କ ବାସଭବନରେ ଆୟୋଜନ କରିଥିଲେ । ମହମ୍ମଦ ଶାମି ବଲିଉଡର ଗାୟକ ଜୁବିନ୍ ନଟିୟାଲ, ଗୃହମନ୍ତ୍ରୀ ଶାହା ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ସଲାହକାର ମଧ୍ୟ ଅଂଶଗ୍ରହଣ କରିଥିଲେ ।

ବିଜେପି ନେତାଙ୍କ ସହ ଶାମିଙ୍କ ଫଟୋ ସାମ୍ନାକୁ ଆସିବା ପରେ ଭାରତୀୟ ବୋଲର ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିବା ନେଇ ଆଲୋଚନା ତୀବ୍ର ହେବାରେ ଲାଗିଛି? ଶୁଣିବାକୁ ମିଳୁଛି ଯେ ମହମ୍ମଦ ଶାମି ବିଜେପିରେ ଯୋଗ ଦେଇପାରନ୍ତି । ନିକଟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନକୁ ସମ୍ମାନ ଜଣାଇବା ପାଇଁ ସାମିଙ୍କ ଗାଁ ଆମରୋହା ଠାରେ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା କରିଥିଲେ ।

Advertisement

କେବଳ ଏତିକି ନୁହେଁ, ମହମ୍ମଦ ସାମି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ବିଶ୍ୱକପ ହାରିବା ପରେ ସମସ୍ତେ ନିରାଶ ଥିବା ବେଳେ କ୍ରିକେଟରଙ୍କ ଡ୍ରେସିଂ ରୁମ୍ କୁ ଯାଇ ସାନ୍ତ୍ୱନା ଦେଇଥିଲେ । ଏଥିସହ ମହମ୍ମଦ ସାମି ଧରି ମୋଦି ଏକ ଯାଦୁ କି ଛପି ଦେଇଥିଲେ । ଏଥିସହ ସମସ୍ତଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ତେବେ ବିଜେପି ନେତାଙ୍କ କାର୍ଯ୍ୟକ୍ରମରେ ସାମିଙ୍କ ଉପସ୍ଥିତିକୁ ନେଇ ସେ ପଦ୍ମ ଧରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।ତେବେ ଏନେଇ କୌଣସି ଘୋଷଣା ହୋଇ ନାହିଁ ।

Leave a Reply

Your email address will not be published. Required fields are marked *