Pratidin TV

Odisha's Digital News Platform

ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଏବେ ରାଜନୀତି କରିବେ ଇଶା , ହେମାମାଳିନୀ ଦେଲେ ସୂଚନା …

1 min read

ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଏବେ ରାଜନୀତି କରିବେ ଇଶା । ବାପା , ମା’ ଭାଇଙ୍କ ପରି ଏବେ ରାଜନୀତି କରି ସାଧାରଣ ଲୋକଙ୍କ ହୃଦୟ ଜିତିବେ ।ଯେବେଠୁ ଇଶା ଦେଓଲ ଙ୍କର ଛାଡପତ୍ର ହୋଇଛି ସେବେଠାରୁ ସେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଛାଡପତ୍ର ଖବର ପ୍ରଶଂସକ ମାନଙ୍କ ହୃଦୟ ଭାଙ୍ଗି ଯାଇଥିଲା । ହେଲେ ଏସବୁରୁ ବାହାରି ଏବେ ରାଜନୀତି କରିବାକୁ ପ୍ରସ୍ତୁତ ଅଛନ୍ତି ଇଶା ଦେଓଲ । ଆଗାମୀ ନିର୍ବାଚନରେ ବି ସେ ପ୍ରତିନିଧିତ୍ୱ କରିପାରନ୍ତି ବୋଲି ତାଙ୍କ ମାଆ ହେମା ମାଳିନୀ କହିଛନ୍ତି । ହେମା ଝିଅ ରାଜନୀତିରେ ପ୍ରବେଶ କରିବା ନେଇ ସୂଚନା ଦେଇଛନ୍ତି ।

ରାଜନୀତି ସହ ଦେଓଲ ପରିବାର ପୂର୍ବରୁ ସଂପର୍କ ରହିଛି । ଧର୍ମେନ୍ଦ୍ର, ହେମାମାଳିନୀ ଓ ସନୀ ଦେଓଲ ରାଜନୀତିରେ ପ୍ରବେଶ କରିସାରିଛନ୍ତି । ଏବେ ହେମାମାଳିନୀ ସଂକେତ ଦେଇଛନ୍ତି କି ଇଶା ଦେଓଲ ମଧ୍ୟ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିପାରନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ହେମାମାଳିନୀ କହିଛନ୍ତି କି, ମୋ ପରିବାର ସବୁବେଳେ ମୋ ସାଥୀରେ ରହିଛି । ଏହାସହ ହେମାଙ୍କ ଦୁଇକନ୍ୟା ଆହାନା ଓ ଇଶା ରାଜନୀତିରେ ପ୍ରବେଶ କରିବେ କି, ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ଆଗାମୀ ବର୍ଷ ଇଶା ରାଜନୀତିରେ ପାଦ ଦେଇପାରନ୍ତି, କାରଣ ତାଙ୍କର ରାଜନୀତି ପ୍ରତି ରୁଚି ରହିଛି । ତେବେ ହେମାମାଳିନୀ ମଧ୍ୟ ରାଜନୀତିରେ ବେଶ ସକ୍ରିୟ । ସେ ଏବେ ମଥୁରାରୁ ବିଜେପି ଲୋକସଭା ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *