ପଡିଆରେ ଚମକିଲେ ଯୁବ କ୍ରିକେଟର ଇଶାନ କିଶନ ; ଭାଙ୍ଗିଲେ ଧୋନିଙ୍କ ରେକର୍ଡ …
1 min readନୂଆଦିଲ୍ଲୀ ; ଏସିଆ କପ୍ ୨୦୨୩ ଇଣ୍ଡିଆ vs ପାକିସ୍ତାନ ମ୍ୟାଚ୍ରେ ଦମ୍ ଦେଖାଇଲେ ଭାରତୀୟ ଯୁବ ଓି୍ୱକେଟ୍ କିପର ବ୍ୟାଟର ଇଶାନ କିଶାନ । ପ୍ରଥମ ଭାରତୀୟ ଓି୍ୱକେଟ୍ କିପର ବ୍ୟାଟର ଭାବେ ଇଶାନ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି । ସବୁଠୁ ବଡ କଥା ହେଲା ଏହି ରେକର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ମହେନ୍ଦ୍ର ସିଂ ଧୋନିଙ୍କ ନାଁରେ ହିଁ ଥିଲା । କିନ୍ତୁ ଗତକାଲି ଏହି ରେକର୍ଡ ଭାଙ୍ଗିଛନ୍ତି ଇଶାନ କିଶାନ ।
ଖବର ଅନୁଯାୟୀ ଶ୍ରୀଲଙ୍କା କ୍ୟାଣ୍ଡିଂର ପାଲ୍ଲେକେଲେରେ ଖେଳାଯାଇଥିବା ଏସିଆ କପ୍ର ତୃତୀୟ ମ୍ୟାଚ ଭାରତ ଓ ପାକିସ୍ତାନ ଖେଳିଥିଲା । ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ଭାରତ ୨୬୬ ରନ୍ କରିପାରିଥିଲା । ଯେଉଁଥିରେ ଇଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯୋଡି ଜବରଦସ୍ତ ଜମିଥିଲା । ଗତକାଲିର ମ୍ୟାଚରେ ଇଶାନ ୮୧ ବଲରେ ୮୨ ରନ୍ କରିଥିଲେ । ଏହା ପୂର୍ବରୁ ମଧ୍ୟ ଇଶାନ ବ୍ୟାଟର ଭାବେ ଲଗାତର ୪ଟି ଦିନିକିଆରେ ୫୦ ରୁ ଅଧିକ ରନ୍ କରି ଅନ୍ତର୍ଜାତୀୟ କ୍ରିକେଟରେ ଲଗାତାର ୫ ଥର ୫୦ ରୁ ଅଧିକ ରନ୍ ସଂଗ୍ରହ କରି ବ୍ୟାଟର ହୋଇଛନ୍ତି ।
ମ୍ୟାଚ୍ ଆରମ୍ଭରେ ଶୁବମନ୍ ଗିଲ୍ ୫ ଓଭରରୁ ଅଧିକ ବଲ୍ ଖେଳି ୧୦ ରନ୍ରେ ଆଉଟ୍ ହୋଇଥିଲେ । ଏହାପରେ ଇଶାନ କିଶାନ ପଡିଆରେ ନିଜର ସ୍ଥିରତା ବଜାୟ ରଖିଥିଲେ । ୫୪ ବଲରେ ସେ ପ୍ରଥମେ ଅର୍ଦ୍ଦଶତକ ହାସଲ କରିଥିଲେ । ତେବେ ଭାରତୀୟ ପୁରୁଷ ଓି୍ୱକେଟ୍ କିପର ବ୍ୟାଟର ଭାବେ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଅର୍ଦ୍ଦଶତକରୁ ଅଧିକ ରନ୍ କରିଥିବା ଚତୁର୍ଥ ବ୍ୟାଟର ବନିଛନ୍ତି ଇଶାନ ।