Pratidin TV

Odisha's Digital News Platform

ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ : କାହା ସମର୍ଥନରେ କେଉଁ ଦେଶ? ଆମେରିକା ପଠାଇଲା ଯୁଦ୍ଧପୋତ…

1 min read

ନୂଆଦିଲ୍ଲୀ ; ଭୟଙ୍କର ରୂପ ନେବାରେ ଲାଗିଛି ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ । ହମାସ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରି ଅନେକ କ୍ଷୟକ୍ଷତି କରିଥିବାବେଳେ ଏବେ ପ୍ରତିଶୋଧ ପରାୟଣ ହୋଇଉଠିଛି ଇସ୍ରାଏଲ୍ । ତେଣୁ ଆଗକୁ ଏହି ଯୁଦ୍ଧ ଭୟଙ୍କର ରୂପ ନେବାର ଆଶଂକା ରହିଛି ।

କେଉଁ ଦେଶ କାହା ସମର୍ଥନରେ?
ଏହି ଯୁଦ୍ଧ ଭିତରେ କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଦେଶ ପାଲେଷ୍ଟାଇନକୁ ସମର୍ଥନ କରୁଛିନ୍ତି । ଇସ୍ରାଏଲକୁ ଆମେରିକା, ଭାରତ, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜର୍ମାନୀ, ୟୁଏଇ ସମର୍ଥନ କରୁଥିବା ବେଳେ ପାଲେଷ୍ଟାଇନକୁ ତୁର୍କୀ, ଆଫଗାନିସ୍ତାନ୍, ପାକିସ୍ତାନ୍, କୁଏତ, ଲେବାନନ, କାତାର ଓ ଇରାନ ଭଳି ଦେଶ ସମର୍ଥନ ଜଣାଇଛନ୍ତି ।

Advertisement

ଆମେରିକାର ଏଣ୍ଟ୍ରି-
ବର୍ତ୍ତମାନ ମିଳିଥିବା ତାଜା ଖବର ଅନୁସାରେ, ଇସ୍ରାଏଲର ସହାୟତା ପାଇଁ ଯୁଦ୍ଧପୋତ ପଠାଇଛି ଆମେରିକା । ଭୂ-ମଧ୍ୟସାଗରକୁ ପଠାଇଛି ୟୁଏସଏସ୍ ଗୋରାଲ୍ଡ ଆର୍ ଫୋର୍ଡ ଯୁଦ୍ଧ ଜାହାଜ । ଏହି ଯୁଦ୍ଧ ଯାହାଜ ସବୁଠାରୁ ଅତ୍ୟାଧୁନିକ ହୋଇଥିବା ବେଳେ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ଏହି ଜାହଜର ରହିଛି । ସବୁଠୁ ବଡ କଥା ହେଉଛି ୫୦୦୦ ଆମେରିକୀୟ ସୈନିକ ଏହି ଯୁଦ୍ଧ ଜାହାଜରେ ଥାଆନ୍ତି ।

କେବେ ଫେରିବ ଶାନ୍ତି?
ବୈଦେଶୀକ ବ୍ୟାପାର ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ତ୍ତମାନ ଶାନ୍ତି ଫେରିବାର କୌଣସି ଆଶଂକା ନାହିଁ । କାହିଁକିନା ଇସ୍ରାଏଲର ଆତ୍ମସମ୍ମାନକୁ ଆଘାତ ଲାଗିଛି । ତେଣୁ ହମାସକୁ ଧ୍ୱଂସ କରାଯିବ ବୋଲି ଇସ୍ରାଏଲ କହିଛି । ୧୯୭୩ରେ ହୋଇଥିବା ଭୁଲକୁ ଆଉ ଦୋହରାଇବାକୁ ଚାହୁଁନି ଇସ୍ରାଏଲ୍ । ହମାସକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଛି ଇସ୍ରାଏଲ୍ ।

Leave a Reply

Your email address will not be published. Required fields are marked *