Pratidin TV

Odisha's Digital News Platform

୨୦ ବର୍ଷର ବୈବାହିକ ସମ୍ପର୍କରେ ପଡି଼ବ ପୂର୍ଣ୍ଣଛେଦ; ଅଲଗା ହେବେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ..

1 min read

ଦୀର୍ଘ ୨୦ ବର୍ଷ ବୈବାହିକ ସମ୍ପର୍କ ବିତାଇବା ପରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ଉଭୟ ପରସ୍ପରଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ ମଧ୍ୟରେ ୨୦ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ଧନୁଷ-ଐଶ୍ୱର୍ଯ୍ୟାଙ୍କର ଯତ୍ର ଏବଂ ଲିଙ୍ଗା ନାମରେ ଦୁଇ ପୁଅ ଅଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା, କିନ୍ତୁ ଏହି ଦମ୍ପତି ପ୍ରତ୍ୟେକ ଥର ଏଭଳି ଗୁଜବକୁ ଖଣ୍ଡନ କରିଥିଲେ । ତେବେ ଏଥର ସେ ଛାଡପତ୍ର ପାଇଁ ଆବେଦନ କରିଥିବା ସ୍ପଷ୍ଟ କରିଛନ୍ତି । ଏହି ଦମ୍ପତିଙ୍କ ନିକଟତର ସୂତ୍ର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ପାରସ୍ପରିକ ସମ୍ମତି ଅନୁଯାୟୀ ସେକ୍ସନ୍ ୧୩ ବି – ଛାଡପତ୍ର ଅନୁଯାୟୀ ସେମାନେ ଆବେଦନ କରିଛନ୍ତି ।ପୂର୍ବରୁ ୨୦୨୨ ମସିହା ଜାନୁଆରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତିି ନେଇ ଘୋଷଣା କରିଥିଲେ । ସେହି ସମୟରେ ସେମାନଙ୍କର ଏପରି ଘୋଷଣା ସେମାନଙ୍କ ଅନୁଗାମୀମାନଙ୍କ ପାଇଁ ଏକ ବଡ଼ ଧକ୍କା ଦେଇଥିଲା । ପ୍ରାୟ ଦେଢ଼ ବର୍ଷ ପରେ ଏବେ ଉଭୟ ପରସ୍ପର ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଖୁବ୍ ଶୀଘ୍ର ସେମାନଙ୍କ ମାମଲାର ଶୁଣାଣି ହେବ ।

Advertisement

ଦୁହେଁ ଗତ ଦୁଇ ବର୍ଷ ଧରି ଅଲଗା ରହୁଛନ୍ତି । ଏହି ଘୋଷଣା ପରେ, ସେମାନେ ସେମାନଙ୍କର ପୁତ୍ର ଯତ୍ର ଏବଂ ଲିଙ୍ଗଙ୍କ ସ୍କୁଲ ଇଭେଣ୍ଟରେ ଏକାଠି ନଜର ଆସିଥିଲେ । ୨୦୨୨ ମସିହାରେ ଧନୁଷ ତାଙ୍କର ଏକ୍ସ ଆକାଉଣ୍ଟ୍‌ରେ ଅଲଗା ହେବା ନେଇ ଘୋଷଣା କରିଥିଲେ । କେବଳ ଧନୁଷ ନୁହନ୍ତି ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ବିବାହ ବିଚ୍ଛେଦ ନେଇ ସୂଚନା ଦେଇଥିଲେ । ୨୦୦୪ ମସିହାରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ବହୁ ଆଡ଼ମ୍ବରରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *