Pratidin TV

Odisha's Digital News Platform

ହାମାସ ଆକ୍ରମଣରେ ପ୍ରାଣ ହରାଇଲେ ଇସ୍ରାଏଲରେ ଲଢୁଥିବା୨ଭାରତୀୟ ମହିଳା…

1 min read

ଗତ ୯ ଦିନ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଛି ଯୁଦ୍ଧ । ଏହି ଯୁଦ୍ଧରେ ଉଭୟ ପାର୍ଶ୍ୱରେ କ୍ରମାଗତ ଭାବରେ ବହୁ ସଂଖ୍ୟକ ଲୋକ ନିହତ ହେଉଛନ୍ତି । ଏହାରୀ ମଧ୍ୟରେ ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି । ଇସ୍ରାଏଲ ସପକ୍ଷରେ ଲଢୁଥିବା ଦୁଇ ଭାରତୀୟ ମହିଳା ସୈନିକ ପ୍ରାଣବଳୀ ଦେଇଛନ୍ତି । ଗତ କିଛିଦିନ ପୂର୍ବରୁ ଗୁଜୁରାଟର ଦୁଇଜଣ ଭାରତୀୟ ମହିଳା ସୈନିକ ହାମାସ ସହ ଯୁଦ୍ଧ କରୁଥିଲେ ବୋଲି ଖବର ପ୍ରକାଶିତ ହୋଇଥିଲା । ଆଉ ଆଜି ଏକ ଦୁଃଖଦ ଖବର ଦେଖରବାକୁ ମିଳିଛି । ଭାରତର ଦୁଇଜଣ ମହିଳା ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ଅଂଶ ହୋଇଥିବାବେଳେ ହାମାସ ଆକ୍ରମଣରେ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ଲେଫ୍ଟେନାଣ୍ଟ ଓର ମୋସେସ ଯିଏକି ହୋମ ଫ୍ରଣ୍ଟ କମାଣ୍ଡରେ କାର୍ଯ୍ୟରତ ଥିଲେ । ଆଉ ଅନ୍ୟଜଣେ ସୈନିକ ବର୍ଡର ପୁଲିସରେ କାର୍ଯ୍ୟରତ ଥିଲେ ।


ସୁଚନା ମୁତାବିକ ହାମାସ ଆକ୍ରମଣରେ ଇସ୍ରାଏଲର ପାଖାପାଖି ୨୮୬ ସୈନିକ ଏବଂ ୫୧ ପୁଲିସ ଅଧିକାରୀ ପ୍ରଣ ହରାଇ ସାରିଲେଣି । ପ୍ରଥମ ଥର ପାଇଁ ଅକ୍ଟୋବର ୭ ତାରିଖରେ ହାମାସ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଥିଲା । ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯୁଦ୍ଧ ପାଇଁ ଘୋଷଣା କରିଥିଲେ । ତେବେ ହାମାସ ଆକ୍ରମଣରେ ପ୍ରାଣ ହରାଇଥିବା ମହିଳା ସୈନିକ ହେଉଛନ୍ତି ୨୨ ବର୍ଷିୟା ଓର ମୋସେସ ଏବଂ ଇନ୍ସପେକ୍ଟର କିମ ଡ୍ରୋକାକର । ଏହି ଦୁଇଜଣ ଅକ୍ଟୋବର ୭ ତାରିଖରେ ହାମାସ୍ ସହିତ ଯୁଦ୍ଧ କରୁଥିବାବେଳେ ଗାଜା ନିକଟରେ ସହିଦ ହୋଇଥିଲେ ବୋଲି ସୁଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *