Pratidin TV

Odisha's Digital News Platform

ଗାଜା ହସ୍ପିଟାଲ ଉପରେ ଆକ୍ରମଣ,୫୦୦ରୁ ଉର୍ଦ୍ଧ ମୃତ…

1 min read

ଦିନକୁ ଦିନ ଆହୁରୀ ଭୟଙ୍କର ହେଉଛି ଇସ୍ରାଏଲ ହାମାସ ଲଢେଇ । ଗାଜା ଆଧିକାର ପାଇଁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଥମିବାର ନା ନେଉନି । ଅନେକ ଲୋକଙ୍କର ପ୍ରାଣ ଚାଲିଯାଉଥିବା ବେଳେ ପରସ୍ପର ସମ୍ମୁଖରେ ହାର ମାନିବାକୁ ନାରାଜ ଦୁଇଦେଶ । ଏହାରୀ ଭିତରେ ଏହ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲରେ ସାଂଘାତିକ ଆକ୍ରମଣ ପରେ ୫୦୦ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଛନ୍ତି । ଗତକାଲି ମଙ୍ଗଳବାର ହାମାସ ଗାଜା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଫଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ହସ୍ପଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସମେତ ସେମାନଙ୍କ ସମ୍ପର୍କୀୟ ମାନେ ମୃତ୍ୟୁ ବରଣ କରିଛନ୍ତି । ଇତି ମଧ୍ୟରେ ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ଅଧିକାରକୁ ସମର୍ଥନ କରି ଆଜି ଇସ୍ରାଏଲ ଗସ୍ତ କରିଥିବା ବାଇଡେନଙ୍କ ପ୍ରୟାସକୁ ଶକ୍ତ ଝଟକା ଲାଗିଛି । ଏପରି ସମୟରେ ଆରବ ନେତାଙ୍କ ସହ ହେବାକୁ ଥିବା ବାଇଡେନଙ୍କ ସମ୍ମିଳନୀକୁ ରଦ୍ଦ କରି ଦିଆଯାଇଛି ।ଇସ୍ରାଏଲର ଅଧିକାରୀମାନେ ମତ ଦେଇଛନ୍ତି ଯେ ବିସ୍ଫୋରଣ ହମାସ୍ ରକେଟ୍ ଦ୍ୱାରା ହୋଇଛି । ଅକ୍ଟୋବର ୧୭, ୨୦୨୩ ରେ ତୁର୍କୀର ଇସ୍ତାନବୁଲରେ ଗାଜାର ଏକ ଡାକ୍ତରଖାନାରେ ବିସ୍ଫୋରଣର ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀମାନେ ଇସ୍ରାଏଲ୍ କନସୁଲେଟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ପାଲେଷ୍ଟାଇନ ଅଧିକାରୀ ଦାବି କରିଛନ୍ତି ଯେ ଗାଜା ସହରର ଅହଲି ଆରବ ହସ୍ପିଟାଲରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣକୁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦ୍ୱାରା ହୋଇଥିବା “ଶୀତଳ ରକ୍ତ ହତ୍ୟା” ବୋଲି ନିନ୍ଦା କରିଛି ହାମାସ । କିନ୍ତୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏହାକୁ ଅସଦବୀକାର କରିଛନ୍ତି । ଏପରି ବର୍ବର କାଣ୍ଡ ପଚରେ ହାମାସ ଆତଙ୍କବାଦୀ ସଂଗଠନର ହାତ ଥିବା ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *