Pratidin TV

Odisha's Digital News Platform

ଇସ୍ରାଏଲ ସପକ୍ଷରେ ବାହାରୁଛନ୍ତି ଅନେକ ଦେଶ, ବାଇଡେନଙ୍କ ପରେ ଇସ୍ରାଏଲ ଗସ୍ତରେ ଋଷି ସୁନକ…

1 min read

ଇସ୍ରାଏଲ ଓ ହାମାସ ମଧ୍ୟରେ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ହାମାସର ଆତଙ୍କବାଦୀ ସଂଗଠନକୁ ମୂଳରୁ ନିପାତ ଏବଂ ଗାଜାପଟ୍ଟିକୁ ଅଧିକାର କରିବାକୁ ସଙ୍କଳ୍ପ ନେଇଛି ଇସ୍ରାଏଲ । ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହାମାସର ଘାତକ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଉଭୟ ପାର୍ଶ୍ୱରେ ୪୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ଯୁଦ୍ଧରେ ଇସ୍ରାଏଲକୁ ବହୁ ଦେଶରୁ ସମର୍ଥନ ମଧ୍ୟ ମିଳିଛି । ନିକଟରେ ଗତକାଲି ବୁଧବାର ଆମେରିକାର ରାଷ୍ଟପ୍ରତି ଜୋ ବାଇଡେନ ଇସ୍ରାଏଲର ଗ୍ରସ୍ତ କରିଥିଲେ । ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଥିଲେ । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପୂର୍ବରୁ ଇସ୍ରାଏକ ଗସ୍ତରେ ଆସିବା ପାଇଁ ସ୍ଥିର କରିଥିବା ବେଳେ। ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି । ଇସ୍ରାଏଲ ରାଜଧାନୀ ତେଲ ଅବୀବରେ ପହଞ୍ଚି ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି । ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କ ସହ ଆଲୋଚନା କରି ଯୁଦ୍ଧ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ତେବେ ଇସ୍ରାଏଲ ଗସ୍ତ ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ସେଠାରେ ପହଞ୍ଚି ଏକ୍ସ ଆକାଉଣ୍ଟ ଜରିଆରେ ନିଜର ବୟାନ ଜାରି କରିଛନ୍ତି । ଆମେରିକା ଆନୁଷ୍ଠାନିକ ଭାବେ କହିଛି ଯେ ସେମାନଙ୍କର ଗୁପ୍ତଚର ମୂଲ୍ୟାଙ୍କନ ଦର୍ଶାଏ ଯେ ଗାଜା ହସ୍ପିଟାଲରେ ହୋଇଥିବା ଆକ୍ରମଣ ପାଇଁ ଇସ୍ରାଏଲ ଦାୟୀ ନୁହେଁ, ଯେଉଁଥିରେ ପ୍ରାୟ ୫୦୦ ଲୋକ ପ୍ରାଣ ହରାଇଥିଲେ । ଘାଜା ଉପରେ ଆକ୍ରମଣ ପାଇଁ ଇସ୍ରାଏଲକୁ ବ୍ୟକ୍ତିଗତ ସମର୍ଥନ ।

Advertisement

Leave a Reply

Your email address will not be published. Required fields are marked *