Pratidin TV

Odisha's Digital News Platform

ଅଭିନେତାରୁ ସାଜିପାରନ୍ତି ଯୋଦ୍ଧା, ରିୟଲ ଲାଇଫରେ ଯୁଦ୍ଧ କରିପାରନ୍ତି ଲିଅର୍ ରଜ୍‌…

1 min read


ଅଭିନେତା କରିବେ ଯୁଦ୍ଧ । ରିଲ ଲାଇଫରେ ନୁହେଁ ରିୟଲ ଲାଇଫରେ ସାଜିବେ ଯୋଦ୍ଧା । ବର୍ତ୍ତମାନ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ଇସ୍ରାଏଲର ମଧ୍ୟ ଏବଂ ଦକ୍ଷିଣ ଭାଗରେ ରକେଟ୍ ଆକ୍ରମଣ ଜାରି ରହିଛି । ଏହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ ଧାରାବାହିକ ଫୈାଦାର ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଲିଅର୍ ରଜ୍ ତାଙ୍କ ଏକ୍ସ ଆକାଉଣ୍ଟରେ ଆକ୍ରମଣର ଲାଇଭ୍ ଭିଡିଓ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହାମାସ୍ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ହାମାସ ମଧ୍ୟ ଅନେକ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି । ହଜାର ହଜାର ନିରୀହ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ବଲିଉଡ ତାରକାମାନେ ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସେହିପରି ଫୈାଦା ଧାରାବାହିକରେ ଡୋରେନ୍ କାଭାଲୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଲିଓର ରଜ ନିଜ ଇନଷ୍ଟାଗ୍ରାମରେ ଇସ୍ରାଏଲ୍ ଯୁଦ୍ଧ ମଧ୍ୟଭାଗରୁ ଏକ ଲାଇଭ ଭିଡିଓ ତାଙ୍କ ଢ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ତାଙ୍କ ଉପରେ ଏକ ରକେଟ୍ ଯାଉଥିବାର ନଜର ଆସିଛନ୍ତି । ତେବେ ଇସ୍ରାଏଲ ଟେଲିଭିଜନରେ ଲୋକପ୍ରିୟ ଅଭିନେତା ଲିଅର୍ ରଜ୍ ଦେଶପାଇଁ ସେନାରେ ସାମିଲ ହେବେ ବୋଲି ଆଗ୍ରହ ପ୍ରକାଶ କରିଥିବା କୁହାଯାଇଛି । ଲିଅର ରଜ, ୨୦୧୫ ରେ ମୁକ୍ତିଲାଭ କରିଥିବା ଇସ୍ରାଏଲ୍ ଟିଭି ଧାରାବାହିକ ଫୈାଦା ପାଲେଷ୍ଟାଇନ ଏବଂ ଇସ୍ରାଏଲ୍ ମଧ୍ୟରେ ହୋଇଥିବା ଆକ୍ରମଣକୁ ଚିତ୍ରଣ କରିଥିଲେ । ଏଥରେ ହମାସ ଇସ୍ରାଏଲ ଉପରକୁ କିପରି ରକେଟ ମାଡ କରୁଥିଲା ତାହା ଦେଖିବାକୁ ମିଳିଥିଲା ।

Advertisement

Leave a Reply

Your email address will not be published. Required fields are marked *