Pratidin TV

Odisha's Digital News Platform

ଆମେରିକାରେ ପଡିଲା ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ, ୬ବର୍ଷର ଛୁଆକୁ ଛୁରିଭୁଷି ମାରିଲା ଘରମାଲିକ..

1 min read

ସାରା ବିଶ୍ୱ ଦେଖୁଛି ଇସ୍ରାଏଲ-ହମାସର ଯୁଦ୍ଧ । ୧ ସପ୍ତାହରୁ ଉର୍ଦ୍ଧ ଦିନ ହେଲା ଜାରି ରହିଛି ଲଢେଇ । ଏଥିରେ କେତେ ଯେ ପ୍ରାଣ ହରାଇଲେନି ତା କହିବା କଷ୍ଟକର । ତେବେ କେତେକ ଦେଶ ଏହି ଯୁଦ୍ଧର ଇସ୍ରାଏଲକୁ ସପୋର୍ଟ କରୁଥିବା ବେଳେ କେତେକ ଦେଶ ହମାସକୁ ସପକ୍ଷରେ ରହିଛନ୍ତି । ପାଲେଷ୍ଟାଇସ ଓ ଇସ୍ରାଏଲର ଯୁଦ୍ଧ ପରିଣାମ ଏବେ ସାରା ବିଶ୍ୱ ଭୋଗିବା ଆରମ୍ଭ କଲାଣି କାରଣ ଏହି ୨ଦେଶର ଯୁଦ୍ଧ ସପକ୍ଷରେ ଥିବା ଲୋକ ମାନେ ପରସ୍ପର ଶତୃ ପାଲଟି ଗଲେଣି ।

ଆଉ ଯେଉଁ ଦେଶରେ ରହିଲେ ବି ନିଜ ରାଗରେ କାଣ୍ଡ ଭିଆଇ ଲେଣି । ପୁଣି ଏକ ଚାଚଂଲ୍ୟକର ଖବର ଏବେ ସାମ୍ନାକୁ ଆସିଛି । ଯୁଦ୍ଧ ପାଇଁ ଆମେରିକାରେ ଜଣେ ୬ ବର୍ଷର ମୁସଲମାନ ଶିଶୁର ଜୀବନ ଚାଲି ଯାଇଛି । ଇଲିନୋଇସ୍ ରାଜ୍ୟ ଚିକାଗୋରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ୭୧ ବର୍ଷ ବୟସ୍କ ବ୍ୟକ୍ତି ୬ବର୍ଷର ପୁଅ ଉପରକୁ ଛୁରାମାଡି କରିଥିଲେ । କେବଳ କୁନି ପୁଅ ନୁହେଁ ତାର ୩୨ ବର୍ଷିୟ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛି । ପୁଅ ସବୁଦିନ ପାଇଁ ଆଖିବୁଜି ଥିବା ବେଳେ ମାଆ ବର୍ତ୍ତମାନ ଗୁରୁତର ଆହତ ଅଛନ୍ତ । ତେବେ ଅଭିଯୁକ୍ତ ଜୋସେଫ ଏମ କାଜୁବାଙ୍କୁ ପୋଲିସ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

Advertisement

ତେବେ ମିଳିଥିବା ସୂଚନା ମୁତାବକ , ଏହି ବ୍ୟକ୍ତି ଜଣକ ତାଙ୍କର ମୁସଲମାନ ବିରୋଧୀ ମାନସିକତା ହେତୁ ଶିଶୁଟିକୁ ହତ୍ୟା କରିଥିଲେ ।ଆମେରିକାର ପୋଲିସର ସୂଚନାନୁସାରେ, ପ୍ଲେନଫିଲ୍ଡ ଟାଉନସିପରେ ୱାଡିଆ ଅଲ-ଫାୟୁମ ନାମକ ଜଣେ ପାଲେଷ୍ଟାଇନ-ଆମେରିକୀୟ ଶିଶୁ ଏବଂ ତାଙ୍କ ମାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ବାଳକକୁ ୨୬ ଥର ଛୁରୀ ଭୁଷା ଯାଇଥିବାରୁ ତାର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ବୃଦ୍ଧ ଜଣକ ମଧ୍ୟ ତାଙ୍କ ମା’ଙ୍କୁ ଛୁରୀରେ ଅନେକ ଥର ଆକ୍ରମଣ କରିଥିଲେ, ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଥିଲେ । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି ଯେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସେମାନଙ୍କର ମୁସଲମାନ ପରିଚୟ ଏବଂ ପ୍ରତିକ୍ରିୟା ଯୋଗୁଁ ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ଭାବରେ ପୀଡିତାଙ୍କୁ ଟାର୍ଗେଟ କରିଥିଲେ ।

Leave a Reply

Your email address will not be published. Required fields are marked *