ହାମାସ ଆତଙ୍କବାଦୀଙ୍କୁ ବୁଦ୍ଧି ଶିଖାଇବା ପାଇଁ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ…
1 min readନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ । ଆତଙ୍କବାଦୀ ଗୋଷ୍ଠୀ ହାମାସକୁ ଶିକ୍ଷା ଦେବା ପାଇଁ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଏବେ ଯୁଦ୍ଧ ପାଇଁ ନିଜର ଫାଇଟର ଜେଟକୁ ନିଯୁକ୍ତ କରିଛି ଇସ୍ରାଏଲ । ଏଥିସହ ଆକାଶ ପଥରେ ମଧ୍ ଇସ୍ରାଏଲ ସେନା ଯୁଦ୍ଧ ଆରମ୍ଭ କରିଦେଇଛି । ଶନିବାର ଦିନ ପାଲେଷ୍ଟାଇନର ସଶସ୍ତ୍ର ଗୋଷ୍ଠୀ ହାମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅତି କମରେ ୨୨ ଜଣ ଇସ୍ରାଏଲ ନାଗରିକ ପ୍ରାଣ ହରାଇଛନ୍ତି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଦେଇ ରଏଟର୍ସ କହିଛନ୍ତି ଯେ ୫୦୦ ରୁ ଅଧିକ ଇସ୍ରାଏଲ ଆହତ ହୋଇଛନ୍ତି । ‘ଏହାରି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଯୁଦ୍ଧ ମୈାଦାନକୁ ଓହ୍ଲାଇ ସାରିଛି । କାରଣ ହମାସ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ କରିସାରିଛି । ଯେହେତୁ ପ୍ରଥମ ଥର ପାଇଁ ହାମାସ ଆତଙ୍କବାଦୀ ଗୋଷ୍ଠୀ ବେଆଇନ ଭାବେ ଇସ୍ରାଏଲରେ ପଶି ଆକ୍ରମଣ କରିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆଦେଶ ଦେଇଛନ୍ତି ।
ତେବେ ଶନିବାର ସକାଳ ସମୟରେ ପାଲେଷ୍ଟାଇନ ଆର୍ମ୍ସ ଗୃପ ହାମାସ ଗାଜା ପଟିରୁ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ଏଥିସହିତ ହାମାସ ଆତଙ୍କବାଦୀ ମାନେ ଇସ୍ରାଏଲ ଭିତରେ ବେଆଇନ ଭାବେ ପ୍ରବେଶ କରି ସୈନ୍ୟ ଗାଡି ଗୁଡିକୁ କବଜା କରିବା ସହ ୫ଜଣ ସୈନ୍ୟଙ୍କୁ ଅପହରଣ କରିନେଇଥିଲେ । ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ ଆହାତ ହୋଇଛନ୍ତି । ଅନ୍ୟପଟେ ହାମାସ ମୁଖପାତ୍ର ଖାଲିଦ କାଦୋମି ଅଲ ଜଜିରାଙ୍କୁ କହିଛନ୍ତି ଯେ ଦଶନ୍ଧି ଧରି ପାଲେଷ୍ଟାଇନୀୟ ମାନେ ଯେଉଁ ଅତ୍ୟାଚାରର ସମ୍ମୁଖୀନ ହୋଇଥିଲେ, ସେହି ଦଳର ସାମରିକ ଅଭିଯାନ ହେଉଛି । ଆମେ ଚାହୁଁ ଅନ୍ତର୍ଜାତୀୟ ସମୁଦାୟ ଗାଜାରେ ପାଲେଷ୍ଟାଇନବାସୀ ଏବଂ ଅଲ-ଆକସା ପରି ଆମର ପବିତ୍ର ସ୍ଥାନ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେଉ। ତେବେ ଇସ୍ରାଏଲ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଆକ୍ରମଣକୁ ହାମାସ ‘ଅପରେସନ୍ ଅଲ-ଆକସା ବନ୍ୟା’ନାମରେ ନାମକରଣ କରିଛି ।