Pratidin TV

Odisha's Digital News Platform

ଇସ୍ରାଏଲ ହାମାସ ଯୁଦ୍ଧ ମଧ୍ୟରେ ଏବେ ଟାର୍ଗେଟରେ ହିଜବୁଲ୍ଲାହ ଆତଙ୍କବାଦୀ ସଂଗଠନ…

ହାମାସ ପରେ ଇସ୍ରାଏଲର ଟାର୍ଗେଟରେ ଲେବାନନ୍ । ଗାଜା ଅଧିକାର କରିବା ପାଇଁ ଇସ୍ରାଏଲ ଗତ ୭ ତାରିଖରୁ ହାମାସ ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ହାମାସ ପରେ ଏବେ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ କରିଛି । ଲେବାନନରୁ ଇସ୍ରାଏଲ ଆଡକୁ ଛୋଟ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଇସ୍ରାଏଲ ମଧ୍ୟ ଏହାର ଜବାବ ଦେଉଛନ୍ତି । ଲେବାନନରେ ଅତ୍ୟଧିକ ସକ୍ରିୟ ଥିବା ଅଧିକାଂଶ ଆକ୍ରମଣ ପଛରେ ହିଜବୁଲ୍ଲାହ ରହିଛି । ପାଶ୍ଚାତ୍ୟ ଦେଶ ହିଜବୁଲ୍ଲାହ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି । ଗତ ସୋମବାର ଠାରୁ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାହ ଉପରେ ଆକ୍ରମଣ କରୁଛି ଇସ୍ରାଏଲ । କାରଣ ଇସ୍ରାଏଲ ହାମାସ ହଯୁଦ୍ଧ ସମୟରେ ହିଜବୁଲ୍ଲାହ ନିଜ ଆଡୁ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଯେଉଁଥିପାଇଁ କିଛି ଲୋକ ପ୍ରାଣ ହରାଇଥିଲେ । ଆଉ ଏହାର ପ୍ରତିଜବାବରେ ଇସ୍ରାଏଲ ସେନା ସୋମବାର ଠାରୁ ହିଜବୁଲ୍ଲ ଉପରେ ମିସାଇଲ ମାଡ କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଏହି ଆକ୍ରମଣରେ କୈାଣସି ପ୍ରକାର କ୍ଷୟକ୍ଷତି ସମ୍ପର୍କରେ ସୂଚନା ପ୍ରକାଶ ପାଇନାହିଁ । ଇସ୍ରାଏଲ୍ ସେନା ଏକ ବିବୃତ୍ତିରେ କହିଛି ଯେ ଏଭଳି ଆକ୍ରମଣ ହେବାର ସମ୍ଭାବନା ପାଇଁ ଆଇଡିଏଫ୍ ପ୍ରସ୍ତୁତ ହୋଇସାରିଛି । ଆମେ ସବୁ କ୍ଷେତ୍ରରେ କାର୍ଯ୍ୟ କରିବୁ । ସବୁବେଳେ ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବ । ଲେବାନନ ସୀମାରେ ସୈନିକମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published. Required fields are marked *