ଅସମ୍ଭବକୁ ସମ୍ଭବ କରିଦେଲେ ଦ୍ୱିତୀୟ ଭଗବାନ ଡାକ୍ତର , ଯୋଡିଦେଲେ ନାବାଳକର କଟାମୁଣ୍ଡ …
1 min readନୂଆଦିଲ୍ଲୀ : ଅସମ୍ଭବକୁ ସମ୍ଭବ କରିଦେଲେ ଡାକ୍ତର । ମୃତ୍ୟୁ ମୁଖରୁ ନାବାଳକକୁ ଟାଣି ଆଣିଲେ ଦ୍ୱିତୀୟ ଭଗବାନ ଡାକ୍ତର । ଏକ ଭୟଙ୍କର ଦୁର୍ଘଟଣାରେ ୧୨ ବର୍ଷର ନାବାଳକ ପୁଅô ମୁଣ୍ଡ କଟିଯାଇ ସାମାନ୍ୟ ଲାଖି ରହିଥିଲା ଦେହରେ । ଆଉ ଏକ ବିରଳ ଅସ୍ତ୍ରୋପଚାର କରି ଯୋଡିଦେଲେ କଟା ମୁଣ୍ଡ ଡାକ୍ତର । ଯାହା ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଚି । ଏଭଳି ଏକ ଘଟଣା ଇସ୍ରାଇଲ ଦେଶରୁ ସାମ୍ନାକୁ ଆସିଛି ।
ଦି ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ମୁତାବକ, ଇସ୍ରାଏଲ ସହରର ପାଲେଷ୍ଟିନ୍ର ୧୨ ବର୍ଷର ବାଳକ ସୁଲେମାନ ହାସନ ସାଇକେଲ ଚଳାଉଥିବା ସମୟରେ କାର୍ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସୁଲେମାନର ମୁଣ୍ଡ କଟିଯାଇ ଶରୀରରେ ସାମାନ୍ୟ ଲାଗିରହିଥିଲା । ତେବେ ତୁରନ୍ତ ସୁଲେମାନଙ୍କ ପରିବାର ତାଙ୍କୁ ବିମାନ ଯୋଗେ ହାଦାସାହ ମେଡିକାଲ ସେଣ୍ଟରରେ ନିଆଯାଇଥିଲା । ଆଉ ଡାକ୍ତର ତୁରନ୍ତ ସର୍ଜରୀ ଆରମ୍ଭ କରିଦେଇଥିଲେ । ଅନେକ ଦିନ ଧରି ସୁଲେମାନଙ୍କ ଏହି ସର୍ଜରୀ ଲାଗିରହିଥିଲା । ଶେଷରେ ଅନେକ ଦିନର ପରିଶ୍ରମ ପରେ ଡାକ୍ତରଙ୍କୁ ସଫଳତା ମିଳିଥିଲା । ଡାକ୍ତର ମଧ୍ୟ ଏହାକୁ ଏକ ଚତ୍ମକାର କହିଛନ୍ତି ।
ତେବେ ଏହି ବିରଳ ଅସ୍ତ୍ରୋପଚାରର ତଦାରଖ କରୁଥିବା ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଓହାଦ ଆଇନାଭ ‘ଟାଇମ୍ସ ଅଫ୍ ଇସ୍ରାଏଲ’କୁ କହିଛନ୍ତି ଯେ ଏଥିପାଇଁ ଅନେକ ଘଣ୍ଟା ସମୟ ଲାଗିଥିଲା। ବାଳକଟିର କ୍ଷତିଗ୍ରସ୍ତ ସ୍ଥାନରେ ନୂତନ ପ୍ଲେଟ୍ ଏବଂ ଫିକ୍ସସନ ଲଗାଇବା ଆବଶ୍ୟକ ଥିଲା। ଏପରିସ୍ଥିତିରେ ପିଲାଟିକୁ ବଞ୍ଚାଇବାରେ ଆମର ଦକ୍ଷତା, ଆମର ଜ୍ଞାନ ଏବଂ ଅପରେଟିଂ ରୁମ୍ର ସବୁଠାରୁ ଅଭିନବ ଜ୍ଞାନକୌଶଳ ସହାୟକ ହୋଇଛି ବୋଲି ସେ କହିଛନ୍ତି। ସର୍ଜନମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ବାଳକଙ୍କ ଆରୋଗ୍ୟ କୌଣସି ଚମତ୍କାର ଠାରୁ କମ୍ ନୁହେଁ; କାରଣ ପିଲାଟିର ବଞ୍ଚିବାର ମାତ୍ର ୫୦ ପ୍ରତିଶତ ସମ୍ଭାବନା ଥିଲା। ହେଲେ ତାକୁ ନୂଆ ଜୀବନ ଦେଲେ ଇସ୍ରାଇଲର ଡାକ୍ତର ।