Pratidin TV

Odisha's Digital News Platform

ଏସ୍ ସୋମନାଥଙ୍କ ନାମରେ ଆଉ ଏକ କୀର୍ତ୍ତିମାନ , ୬୧ ବର୍ଷରେ IIT ମାଡ୍ରାସରୁ ହାସଲ କଲେ PHD ଡିଗ୍ରୀ ..

1 min read

ଦୃଢ ଇଚ୍ଛା ଶକ୍ତି ଯେ ଅସାଧ୍ୟକୁ ସାଧ୍ୟ କରିପାରେ ତାହା ଦେଖିବାକୁ ମିଳିଛି ଇସ୍ରୋ ମୁଖ୍ୟ ହୋଇଥିବା ଏସ୍ ସୋମନାଥଙ୍କ ଠାରେ । ସାରା ବିଶ୍ୱରେ ଦିନେ ଭାରତ ରଚିଥିଲା ଇତିହାସ ଆଉ ଚନ୍ଦ୍ରରେ ଲେଖିଥିଲା ଭାରତ ନାମ । କେବଳ ସମ୍ଭଵ ପାରିଥିଲା ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କ ପାଇଁ । ଚନ୍ଦ୍ରଯାନ -3 ର ସଫଳତାର ଜନକ ISRO ମୁଖ୍ୟ ଏସ୍ ସୋମନାଥ ନାମରେ ଯୋଡି ହୋଇଯାଇଛ ନୂଆ କୀର୍ତ୍ତିମାନ । ଏବେ ସୋମନାଥ ତାଙ୍କ ବ୍ୟକ୍ତିଗତ ଜୀବନରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି | ସେ ୬୧ ବର୍ଷ ବୟସରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଆଉ ଏବେ ହୋଇ ଯାଇଛିନ୍ତି ଏସ୍ ସୋମନାଥରୁ ଡାକ୍ତର ସୋମନାଥ ।

ଇସ୍ରୋର ମୁଖ୍ୟ ଯିଏ ଭାରତର ମିଶନକୁ ଚନ୍ଦ୍ରକୁ ନେଇ ଯାଇଥିଲେ ବର୍ତ୍ତମାନ ସେ ଡକ୍ଟରେଟ ପାଇବା ପରେ ପୂରା ଖୁସି ହୋଇଯାଇଛନ୍ତି।ଡକ୍ଟରେଟ ସମ୍ମାନ ପାଇବା ପରେ ଡ. ସୋମନାଥ କହିଛନ୍ତି, “ଆଇଆଇଟି ମାଡ୍ରାସ ଭଳି ବଡ଼ ଇନଷ୍ଟିଚ୍ୟୁଟରୁ ଡିଗ୍ରୀ ହାସଲ କରିବା ଅତ୍ୟନ୍ତ ସମ୍ମାନର ବିଷୟ। ମୁଁ ଗୋଟିଏ ଗାଁର ପିଲା। ଅବଶ୍ୟ ମୁଁ ଟପ୍ପର ହୋଇଥିଲି। କିନ୍ତୁ ଆଇଆଇଟିର ପ୍ରବେଶ ପରୀକ୍ଷା ଦେବାର ସାହାସ ମୋ ପାଖରେ ନଥିଲା। ତଥାପି ମୋର ଗୋଟିଏ ସ୍ୱପ୍ନ ଥିଲା ଯେ ଗୋଟିଏ ଦିନ ମୁଁ ଏଠାରୁ ଗ୍ରାଜ୍ୟୁଏଟ ହେବି।ଏହା ମୋ ପାଇଁ ଗର୍ବର ବିଷୟ ଯଦିଓ ମୁଁ ଜଣେ ଟପ୍ପର, ତଥାପି ଆଇଆଇଟି ପ୍ରବେଶିକା ପରୀକ୍ଷା ଦେବାକୁ ମୋର ସମୟ ନଥିଲା। ମୋର ସାହସ ନଥିଲା, କିନ୍ତୁ ମୋର ଏକ ସ୍ୱପ୍ନ ଥିଲା ଯେ ଦିନେ ମୁଁ ଏଠାରୁ ସ୍ନାତକ ହାସଲ କରିବି | ମୁଁ ବେଙ୍ଗାଲୁରୁର ପ୍ରତିଷ୍ଠିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ମୋର ମାଷ୍ଟର ଡିଗ୍ରୀ ହାସଲ କରିଛି ଏବଂ ବର୍ତ୍ତମାନ ଆଇଆଇଟି-ମାଡ୍ରାସରୁ ପିଏଚଡି କରିଛି। ” ଗୋଟିଏ ଗାଁ ପିଲାର ସ୍ୱପ୍ନ ଆଜି ପୂରା ହୋଇଛି।

Leave a Reply

Your email address will not be published. Required fields are marked *