Pratidin TV

Odisha's Digital News Platform

ଇସ୍ରୋକୁ ମିଳିଲା ବଡ଼ ସଫଳତା , ଲଞ୍ଚ ହେଲା ଇସ୍ରୋର ପୁଷ୍ପକ ବିମାନ ..

1 min read

ପୁଣି ଥରେ ଇସ୍ରୋ କୁ ମିଳିଛି ଆଉ ଏକ ସଫଳତା । ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପ୍ରଯୁକ୍ତିର ପରୀକ୍ଷଣ ସଫଳ ହୋଇଛି । ଏହି ଲଞ୍ଚ ଯାନର ନାମ ପୁଷ୍ପକ ରଖାଯାଇଛି । ଆଜି ସକାଳେ କର୍ଣ୍ଣାଟକର ଏକ ରନୱେରେ ଅବତରଣ କରି ଦେଶର ପୁନବ୍ୟବହାର ଯୋଗ୍ୟ ରକେଟ୍ ବିଭାଗରେ ପ୍ରବେଶ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ଚିହ୍ନିତ କରିଛି ।ଅବତରଣ ସମୟରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମାନଥଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇସ୍ରୋ ଏକ ଟୁଇଟ ମାଧ୍ୟମରେ ଏହି ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦେଇଛି । ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ୱଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ । ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ଏହା ଏକ ବଡ ପଦକ୍ଷେପ ।


ଇସ୍ରୋ କହିଛି, ଆରଏଲଭି LEX-୦୨ ଅବତରଣ ପରୀକ୍ଷଣ ମାଧ୍ୟମରେ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ (ଆରଏଲଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି । ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପ୍ରଯୁକ୍ତିବିଦ୍ୟା ବା ଟେକନିକ୍ ହେଉଛି ଇସ୍ରୋର ସବୁଠାରୁ ଚ୍ୟାଲେଞ୍ଜିଂ ଟେକ୍ନୋଲୋଜି ମଧ୍ୟରୁ ଅନ୍ୟତମ । ଏହି ଟେକ୍ନୋଲୋଜିର ସାହାଯ୍ୟରେ ଇସ୍ରୋର ସ୍ପେସ୍ ମିଶନଗୁଡ଼ିକର ମୂଲ୍ୟ ହ୍ରାସ ପାଇବ । ଏଥିସହ ଲଞ୍ଚ ଯାନର ଟେକନିକକୁ ପୁନଃ ବ୍ୟବହାର କରାଯାଇ ପାରିବ ।

Leave a Reply

Your email address will not be published. Required fields are marked *