ଆଜି ଉତକ୍ଷେପଣ ହେବ ଇସ୍ରୋର 3DS ସାଟେଲାଇଟ , ସରି ସରି ଆସୁଛି କାଉନଡାଉନ୍…
1 min readପୁଣି ଥରେ ମହାକାଶରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଚନ୍ଦ୍ରାୟନ -୩ ଏବଂ ଆଦିତ୍ୟ ଏଲ୍ -୧ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଜି ଇସ୍ରୋ ପାଣିପାଗ ଉପଗ୍ରହ ଇନସାଟ୍-୩ ଡିଏସ୍ ଉତକ୍ଷେୁଣ କରିବାକୁ ଯାଉଛି । ପାଣିପାଗ ସାଟେଲାଇଟ୍ ଇନସାଟ୍ ଥ୍ରୀଡି ଏସ୍ ଉତକ୍ଷେପଣ ପାଇଁ କାଉନଡାଉନ୍ ସରି ସରି ଆସୁଛି । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶଧାୱନ୍ ସ୍ପେଶ୍ ସେଣ୍ଟରରୁ ଶନିବାର ସନ୍ଧ୍ୟା ୫ଟା ୩୫ରେ ଏହାର ଉତକ୍ଷେପଣ ହେବ । ଯାହାର ନାଁ ରହିଛି ‘ନଟି ବୟ’ ।
ଏହି ରକେଟ୍ GSLV ଭାବରେ ଜଣାଶୁଣା । GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିକ କରାଯିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁସାରେ, ଏହି ସାଟେଲାଇଟ୍ ପାଣିପାଗ ପୂର୍ବାନୁମାନ କରିବା ସହ ବିପର୍ଯ୍ୟୟ ବିଷୟରେ ଆଗୁଆ ସତର୍କ ସୂଚନା ଦେବ । ତେବେ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି । GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯିବ । ଏହି ସାଟେଲାଇଟ୍ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସମ୍ପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ୍ ତିଆରି କରାଯାଇଛି ।
ଅନ୍ତରୀକ୍ଷରେ ସ୍ଥାପିତ ହେବାକୁ ଥିବା ଏହି INSAT-3DS ଉପଗ୍ରହ ହେଉଛି ତୃତୀୟ ପିଢିର ପାଣିପାଗ ସମ୍ବନ୍ଧୀୟ ଉପଗ୍ରହର ନୂତନ ମିଶନ୍ । ଏହା ଭୁ-ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ । ‘ନଟି ବୟ’ର ଓଜନ ୨୨୭୪ କିଲୋଗ୍ରାମ । ଏହାର ନିର୍ମାଣରେ ପ୍ରାୟ ୪୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ସାଟେଲାଇଟ୍ ନିର୍ମାଣ ପାଇଁ ଭାରତ ସରକାରଙ୍କ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଆର୍ଥିକ ଅନୁଦାନ ଦେଇଥିବା ନେଇ ସୂଚନା ରହିଛି ।