୧୪ ଦିନ ପରେ ବିକ୍ରମ ଓ ପ୍ରଜ୍ଞାନକୁ ଉଠାଇବା ହେଲା କାଠିକର ପାଠ; କାହିଁକି ହୋଇଥାଏ ଏପରି ?
1 min readଆଜି ଚନ୍ଦ୍ରରେ ପଡିଛି ସୂର୍ଯ୍ୟଙ୍କ କିରଣ । ଚନ୍ଦ୍ରର ଦକ୍ଷିଣମେରୁରେ ଦୀର୍ଘ ୧୪ ଦିନ ହେଲା ଅନ୍ଧାର ରହିଥିଲା । ଯାହାଫଳରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ମଧ୍ୟ ସ୍ଲିପ ମୋଡକୁ ଚାଲି ଯାଇଥିଲେ । ତେବେ ଚନ୍ଦ୍ରର ତଥ୍ୟ ଦେବାକୁ ଭାରତ ପଠାଇଥିବା ବେଳେ କିଛି ଦିନର ତଥ୍ୟ ସଂଗ୍ରହ ହୋଇଥିବା ବେଳେ ଚନ୍ଦ୍ରରେ ଅନ୍ଧାର ମାଡି ଆସିଥିଲା । ଏଥିପାଇଁ ସେପ୍େଟମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ବିକ୍ରମ ଓ ପ୍ରଜ୍ଞାନକୁ ସ୍ଲିପ ମୋଡରେ ରଖିଥିଲା ଇସ୍ରୋ ।ଏବେ ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ କିରଣ ପଡ଼ିବା ପରେ ପୁଣି ଥରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରିବା ସମ୍ଭାବନା ରହିଛି । ଚନ୍ଦ୍ରପୃଷ୍ଠରେ ରାତିର ତାପମାତ୍ରା ମାଇନସ ୧୨୦ ରୁ ମାଇନସ ୨୦୦ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ବିକ୍ରମ ଓ ପ୍ରଜ୍ଞାନର ସମସ୍ତ ସେନସର କାର୍ଯ୍ୟକ୍ଷମ ହେବ କି ନାହିଁ ସେନେଇ ସନ୍ଦେହ ରହିଛି ।ଯଦି ସେମାନେ ସକ୍ରିୟ ହୁଅନ୍ତି ତେବେ ଭାରତ ଏହି ସଫଳତା ହାସଲ କରିବାରେ ବିଶ୍ୱର ପ୍ରଥମ ଦେଶ ହେବ ।
କିନ୍ତୁ ଯଦି ସେମାନେ ନ ଉଠନ୍ତି ତେବେ କଣ ହେବ ଆପଣ ଜାଣିଛନ୍ତି କି ? ତେବେ ଏନେଇ ସ୍ପେସ୍ ସାଇଣ୍ଟିଷ୍ଟ ତଥା ପଠାଣୀସାମନ୍ତ ପ୍ଲାନେଟୋରିୟମ୍ ପୂର୍ବତନ ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ୧୪ଦିନ ହେଲା ସ୍ଲିଗ ମୋଡରେ ଥିଲା ବିକ୍ରମ ଓ ପ୍ରଜ୍ଞାନ । ତେବେ ସେମାଡ଼ଙ୍କୁ ଉଠାଇବାକୁ ପ୍ରୟାସ ଜାରି ରଖିଛି ଇସ୍ରୋ । ତେବେ ଏଥିପାଇଁ ପ୍ରଥମ ବିଦ୍ୟୁତ୍ ଯୋଗାଣକୁ ପୁନ ସ୍ଥାପିତ କରିବାକୁ ପଡିବ । ଯେତେବେଳେ ଏହା ଚାର୍ଜ ହେବ ଧୀରେ ଧୀରେ ସେଥିରେ ଥିବା ଅନ୍ୟ ସମସ୍ତ ଯନ୍ତ୍ରପାତି କାମ କରିବା ଆରମ୍ଭ କରିବ କିନ୍ତୁ ଏହାପୂର୍ବରୁ ଇସ୍ରୋ ବୈଜ୍ଞାନିକମାନଙ୍କୁ ସିଷ୍ଟମ ସହିତ ଯୋଗାଯୋଗ ସ୍ଥାପନ କରିବାକୁ ପଡିବ ।
ତେଣୁ ସର୍ବପ୍ରଥମେ ବିଦ୍ୟୁତ୍ ଯୋଗାଣ ଆବଶ୍ୟକ ହେଉଛି ତାପରେ ହେଉଛି ଯୋଗାଯୋଗ ବ୍ୟବସ୍ଥା ଏବଂ ଯଦି ସବୁକିଛି ଠିକ୍ ହୁଏ ତେବେ ୧୪ ଦିନର ପ୍ରଥମ ପର୍ଯ୍ୟାୟରେ କରିଥିବା ପରୀକ୍ଷଣକୁ ପୁନରାବୃତ୍ତି କରିପାରିବୁ ବୋଲି ବୈଜ୍ଞାନିକ କହିଥିଲେ । ଭାରତ ପ୍ରଥମ ଦେଶ ହେବ ଯାହାକି ୧୪ ପରେ ପୁଣି ଥରେ ପରୀକ୍ଷଣର ଏକ ନୂଆ ଇତିହାସ ରଚିବ । ଏତିପାଇଁ ଚେଷ୍ଟା ଜାରି ରହିଛି । ଆଉ ଯଦି ସେମାନେ ନ ଉଠନ୍ତି ତେବେ ଚିରଦିନ ପାଇଁ ଚନ୍ଦ୍ରପୃଷ୍ଠରେଭାରତର ତ୍ରିରଙ୍ଗା ଉଡାଇ ଲୁନାର ଆମ୍ବାସାଡର ଭାବେ ସେଠାରେ ଅବସ୍ଥାନ କରିବ ।