Pratidin TV

Odisha's Digital News Platform

ଆଇଟି ବିଭାଗର ବଡ ରେଡ୍ ; ଆଲମାରିରୁ ବାହାରିଲା ୧୫୦ କୋଟି , ବସ୍ତାରେ ବୋହିଲା ଆୟକର ବିଭାଗ…..

ବଲାଙ୍ଗିର ; ବର୍ଷର ଶେଷ ମାସରେ ବଡ ରେଡ୍ । ବଲାଙ୍ଗିରରେ ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ । ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ ଅଫିସରେ ରେଡ୍ । ଆଲମିରା ଭିତରେ ଥାକମାରି ରଖାଯାଇଥିଲା ୧୫୦ କୋଟି ଟଙ୍କା । ମଦ ପ୍ରସ୍ତୁତକାରୀ କଂପାନୀ ଉପରେ ବଡ଼ ଧରଣର ଚଢାଉ । ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ ବେଳେ ହାତରେ ଲାଗିଲା ଦେଢ଼ ଶହ କୋଟିରୁ ଅଧିକ ନଗଦ ଟଙ୍କା। ଅଚାନକ ଏତେ ଟଙ୍କା ଦେଖି ତାଜୁବ୍ ଆୟକର ବିଭାଗ।

ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍। ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ସୁଦ୍ ପଡ଼ା ସ୍ଥିତ ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ମିଳିଲା ୧୫୦ କୋଟିରୁ ଅଧିକ ନଗଦ ଟଙ୍କା।

ବଲାଙ୍ଗୀର ଓ ଟିଟିଲାଗଡରେ ମଧ୍ୟ ଏକାଧିକ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ ହୋଇଛି। ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ ଜଣିଆ ଟିମ୍ ଚଢଉ କରିଛି। । ଏହି ଲିଙ୍କରେ ଆୟକର ଟିମ୍ କୋଲକାତା ଓ ରାଞ୍ଚିରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି। ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମଡି ସ୍କାନରକୁ ଆସିବା ପରେ ସେମାନଙ୍କ ଘରେ ରେଡ୍ ହୋଇଛି। ତେବେ ଆୟକର ଚଢାଉ ନେଇ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ କିମ୍ବା ଅନ୍ୟ କୌଣସି ପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *