Pratidin TV

Odisha's Digital News Platform

ବଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢାଉ , ଅଡୁଆରେ ଯୁବନେତା ..

1 min read

ନିର୍ବାଚନ ପୂର୍ବରୁ ଅଡୁଆରେ ଯୁବ ନେତା । ନେତାଙ୍କ ଘରେ ଆୟକର ବିଭାଗର ଚଢାଉ । ଆଜି ସକାଳେ ଯୁବନେତା ତଥା ଶିଳ୍ପପତି ସୁବ୍ରତ ଛାଟୋଇଙ୍କ ଯାଜପୁର ରୋଡ ସ୍ଥିତ ଯଯାତି କୋଟିୟାର୍ଡ ହୋଟେଲରେ ଆୟକର ବିଭାଗ ଚଢ଼ାଉ କରିଛି । ଏହା ସହିତ ତାଙ୍କର ଭୁବନେଶ୍ୱରରେ ଥିବା ବଣିକ କୋଚିଂ ସେଣ୍ଟରରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି । ଆଜି ସକାଳୁ ଆୟକର ବିଭାଗର ଏକ ଟିମ ଯଯାତି କୋଟିୟାର୍ଡ ହୋଟେଲ ଉପରେ ଚଢ଼ାଉ କରିଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ବ୍ରାଞ୍ଚରେ ଥିବା ବାଣିକ କୋଚିଂ ସେଣ୍ଟରରେ ଚଢାଉ କରିଛି ଆଇଟି ବିଭାଗ । କୋଚିଂ ସେଣ୍ଟରରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଛି ।

ରାତି ପ୍ରାୟ ୪ଟାରୁ ଆୟକର ବିଭାଗର ଅଧିକାରୀ ଚଢାଉ କରୁଥିବା ସୂଚନା ମିଳିଛି । ସୁବ୍ରତ ଛାଟୋଇଙ୍କ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢାଉ କରିଛି । ତେବେ ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଉଛି ବୋଲି ସୂଚନା ମିଳିଛି । ଏହାସହିତ ଜଋଜଇ ଜମି ଅଧିଗ୍ରହଣ ଓ ନିୟମ ର ଉଲଂଘନର ବଡ ଅଭିଯୋଗ ମଧ୍ୟ ହୋଇଥାଏ ପାରେ ବୋଲି ଆଲୋଚନା ହେଉଛି । ସୁବ୍ରତ ଛାଟୋଇଙ୍କ ଘରେ କିମ୍ବା ଅଫିସରେ ପ୍ରଥମ ଥର ପାଇଁ ଏହି ରେଡ କରାଯାଇ ନାହିଁ । ଏହାପୂର୍ବରୁ ଅର୍ଥାତ୍ ଗତବର୍ଷ ମଧ୍ୟ ଆୟକର ବିଭାଗ ପକ୍ଷରୁ ତାଙ୍କ ବାସଭବନ ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ କରାଯାଇଥିଲା । ସେତେବେଳେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଫାଙ୍କିବା ନେଇ ସେତେବେଳେ ମଧ୍ୟ ସୁବ୍ରତଙ୍କ ଉପରେ ଅଭିଯୋଗ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *