Pratidin TV

Odisha's Digital News Platform

ପ୍ରେମିକାକୁ ୫୭ଥର ଛୁରୀଭୁସି ହତ୍ୟା କରିଥିବା ଦୋଷୀକୁ ଖଲାସ କରିଦେଲା କୋର୍ଟ…

1 min read

ଜେଲର ହାଇ କ୍ୟାଲୋରୀ ଖାଦ୍ୟ ପାଇଁ ବଢିଯାଉଥିଲା ଓଜନ । ଶେଷରେ ମୁକ୍ତ କରିଦେଲା କୋର୍ଟ । ଇଟାଲୀରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଜଣକ୨୦୧୭ ରେ ନିଜ ପ୍ରେମିକାଙ୍କୁ ୫୭ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇ ଜେଲ ଦଣ୍ଡ ଦିଆଯାଇଥିଲା । ହେଲେ ହାଇ କ୍ୟାଲୋରୀ ଖାଦ୍ୟ ପାଇଁ ତାଙ୍କ ଓଜନ ବଢୁଥିବା ହେତୁ ତାଙ୍କୁ ମୁକ୍ତ କରାଯାଇଛି । ଅଭିଯୁକ୍ତ ହେଲେ ୩୫ ବର୍ଷୀୟ ଡିମିଟ୍ରି ଫ୍ରିକାନୋ । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଡିମିଟ୍ରି ଫ୍ରିକାନୋ ତାଙ୍କ ୨୦୧୭ରେ ସର୍ଦ୍ଦାରିଅ।। ବୁଲି ଯାଇଥିବା ବେଳେ ଡିମିତ୍ରି ଫ୍ରିକାନୋ ନାମକ ଉକ୍ତ ବ୍ୟକ୍ତି ତାଙ୍କ ୨୫ ବର୍ଷୀୟ ପ୍ରେମିକା ଏରିକା ପ୍ରିଟିଙ୍କୁ ୫୭ ଥର ଛୁରି ଭୁସି ହତ୍ୟା କରିଥିଲେ । ଶେଯ ଉପରେ ଗୁଡ଼ାଏ ପାଉଁରୁଟି ଗୁଣ୍ଡ ପକାଇଥିବାରୁ ଏରିକା ଡିମିତ୍ରିଙ୍କୁ ଖୁବ୍ ଗାଳି ଦେଇଥିଲେ । ଫଳରେ ଏଥିରେ ରାଗିଯାଇ ଡିମିତ୍ରି ତାଙ୍କୁ ଅତି ନିର୍ମମ ଭାବେ ଛୁରି ଭୁସି ଥିଲେ । ଦି ଟୁରିନ୍ ସର୍ଭିଲେନ୍‌ସି କୋର୍ଟରେ ମାମଲାର ବିଚାର କରାଯାଇ ୨୦୧୯ରେ ତାଙ୍କୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ସେତେବେଳେ ତାଙ୍କର ଓଜନ ପ୍ରାୟ ୧୧୮ କିଲୋଗ୍ରାମ ଥିଲା । ତେବେ, କୋଭିଡ -୧୯ ପାଇଁ ବିଳମ୍ବ ହେତୁ ଏପ୍ରିଲ ୨୦୨୨ ରେ ତାଙ୍କ ଦଣ୍ଡ ଆରମ୍ଭ ହୋଇଥିଲା । ଗତ ବର୍ଷ ଅଭିଯୁକ୍ତଙ୍କ ଓଜନ ୨୦୦ କିଲୋଗ୍ରାମ ବଢିଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଯାଇ ତାଙ୍କୁ ଜେଲ୍‌ରୁ ମୁକ୍ତ କରିବା ଲାଗି ଅଦାଲତ ପୁଣି ଆଦେଶ ଦେଇଛନ୍ତି ।

ଦେଇଥିବା ରାୟରେ ଅଦାଲତ କହିଛନ୍ତି, ଓଜନ ଯୋଗୁଁ ଜେଲ୍‌ର ନୀତିନିୟମ ସହ ସୁହାଉ ନ ଥିବାରୁ ଡିମିତ୍ରି ଜେଲ୍‌ରେ ରହିପାରିବେ ନାହିଁ । କାରଣ ‘ହ୍ୱିଲ୍‌ଚେର‌୍ୟା’ ବିନା ସେ ବୁଲାଚଲା କରିପାରୁନାହାନ୍ତି । ଏହାଛଡ଼ା, ଜେଲ୍ ଅଧିକାରୀମାନେ ମଧ୍ୟ ଡିମିତ୍ରିଙ୍କୁ ‘ଲୋ-କ୍ୟାଲୋରି’ ଭୋଜନ ମଧ୍ୟ ଯୋଗାଇ ପାରୁ ନାହାନ୍ତି । ତେଣୁ ତାଙ୍କୁ ଜେଲରେ ଦିଆଯାଇଥିବା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ତାଙ୍କ ମୃତ୍ୟୁ ହୋଇପାରେ । ତେବେ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଫ୍ରିକାନୋ ମିଲାନ ନିକଟସ୍ଥ ତାଙ୍କ ପିତାମାତାଙ୍କ ଘରେ ଗୃହବନ୍ଦୀ ରହି ଡିମିତ୍ରି ବାକି ଜେଲ୍ ଦଣ୍ଡାଦେଶ ଭୋଗିବେ । କାରଣ ସେଠାରେ ସେ ‘ଲୋ-କ୍ୟାଲୋରି’ ଭୋଜନ ଖାଇ ପାରିବେ । କିନ୍ତୁ ସେପଟେ ଡ୍ରମିତିଙ୍କ ପରିବାର ଏହି ପଦକ୍ଷେପକୁ ନିନ୍ଦା କରିବା ସହ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ତାଙ୍କ ପିତା କହିଛନ୍ତି ଯେ ମୋର ଛୋଟ ଝିଅକୁ କେହି ଫେରାଇ ପାରିବେ ନାହିଁ । ଆମର ଯନ୍ତ୍ରଣା ଏବେ ବି ବଢୁୁଛି, ତାଙ୍କୁ ଏତେ ଶୀଘ୍ର ମୁକ୍ତ କରାଯାଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *