ଇନଷ୍ଟାରେ ସେଲଫି ସେୟାର କରି ପିଏମ ମେଲୋନି ଲେଖିଲେ, “COP28 ରେ ଭଲ ବନ୍ଧୁ …
1 min readପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଇଟାଲୀ ପ୍ରଧାମନ୍ତ୍ରୀ ଜର୍ଜିଆ ମେଲାନିଙ୍କ ସେଲଫି । ମେଲୋନି ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀ ସମୟରେ ଏହି ସେଲଫି ନେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, “COP28 ରେ ଭଲ ବନ୍ଧୁ ।” ପିଏମ ମେଲୋନି ସେୟାର କରିବା ମାତ୍ରେ ଏହି ସେଲଫି ଭାଇରଲ ହୋଇଥିଲା । ଅନେକ ଯୁଜର୍ସ ଏହାକୁ ନେଇ କମେଣ୍ଟ କରୁଛନ୍ତି । ସୂଚନା ମୁତାବିକ ମିଳିତ ଜାତିସଂଘର COP28 ଜଳବାୟୁ ସମ୍ମିଳନୀରେ ଯୋଗଦେବା ପାଇଁ ବିଶ୍ୱ ନେତୃବୃନ୍ଦ ଶୁକ୍ରବାର ଦିନ ଦୁବାଇରେ ପହଞ୍ଚି ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣରେ ଲକ୍ଷ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ତାଙ୍କ ସହ ଏକ ସେଲଫି ନେଇଥିଲେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଏକ୍ସ ହ୍ୟାଣ୍ଡେଲରେ ମେଲୋନିଙ୍କ ସହ ଏକ ଫଟୋ ସେୟାର କରି ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ ଏବଂ ଇଟାଲୀ ମଧ୍ୟରେ ମିଳିତ ପ୍ରୟାସ ଜାରି ରଖିବେ’ ବୋଲି କହିଥିଲେ ।ଏହାସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ସର୍ବଦା ଆର୍ଥିକ ବିକାଶ ସହିତ ପରିବେଶ ସନ୍ତୁଳନକୁ ପ୍ରାଥମିକତା ଦେଇଆସିଛି । ଆଜି ଭାରତ ବିଶ୍ୱ ସମ୍ମୁଖରେ ବିକାଶ ଓ ପରିବେଶଗତ ସନ୍ତୁଳନର ଶ୍ରେଷ୍ଠ ଉଦାହରଣ ରଖିଛି । ଏଥିରୁ ଜଣାପଡୁଛି ଯେ ମେଲୋନି ପିଏମ ମୋଦୀଙ୍କ ସହ ତାଙ୍କ କାମର ଲୋକପ୍ରିୟତା ବିଷୟରେ ଅବଗତ ଅଛନ୍ତି ।