Pratidin TV

Odisha's Digital News Platform

ରାଜ୍ୟରେ ପୁଣି ଛାତ୍ର ଆତ୍ମହତ୍ୟା : ଘରକୁ ଫେରି ବିଷ ପିଇଦେଲେ ITI ଛାତ୍ର

1 min read

ଭଦ୍ରକ : ରାଜ୍ୟରେ ଦିନକୁ ଦିନ ଦୃତ ଗତିରେ ବଢୁଛି ଛାତ୍ର ଆତ୍ମହତ୍ୟା । ଆମ ଯୁବ ପିଢି ଏବେ କେଉଁ ମାନସିକ ପରିସ୍ଥିତି ଦେଇ ଗତି କରୁଛି ଯାହା ଫଳରେ ସେ ଆତ୍ମହତ୍ୟାକୁ ଆପଣେଇ ନଉଛିନ୍ତି । ରାଜ୍ୟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଏକ ବଡ ସମସ୍ୟା ଭାବରେ ଠିଆ ହୋଇଥିବା ବେଳେ ପ୍ରଶାସନର କୌଣସି ହସ୍ତକ୍ଷପ ଦେଖିବାକୁ ମିଳୁନାହିଁ । ନିକଟରେ ରୁଚିକା,ପୂଜା,ନସିଂଛାତ୍ରୀ,ଯୁକ୍ତ୩ କମର୍ସ ଛାତ୍ର ରମଣୀକାନ୍ତ ଏଭଳି ଅନେକ ନିଜର ପ୍ରାଣ ହରାଇଛନ୍ତି ଆତ୍ମହତ୍ୟା କରି । ତେବେ ପୁଣି ଏଭଳି ଅବାନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକର ତିହିଡି ଅଞ୍ଚଳରେ ।

ଆଇଟିଆଇ ରେ ପଢୁଥିବା ତିହିଡି ନନ୍ଦପୁର ଗ୍ରାମର ଜଣେ ଛାତ୍ର ଆଶୁତୋଷ ମଲ୍ଲିକ । ସେ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜର ପ୍ରଥମ ବର୍ଷ ଇଲେକ୍ଟ୍ରିକ୍ ବିଭାଗର ଛାତ୍ର । ସବୁଦିନ ଭଳି ଗତକାଲି ସେ କଲେଜରୁ ଫେରି ଖିଆପିଆ କରି ନିଜ ରୁମ୍ କୁ ଯାଇଥିଲେ । ଏହାପରେ ନିଜ ରୁମ୍ କବାଟକୁ ଭିତର ପଟୁ ବନ୍ଧ କରି ବିଷ ପିଇ ଦେଇଥିଲେ । ଘରଲୋକ କିଛିସମୟ ପରେ କବାଟ ପିଟିବାରୁ ଆଶୁତୋଷ କବାଟ ଖୋଲିନଥିଲେ । ପୁଅ କାହିଁକି କବାଟ ଭିତର ପଟୁ ଦେଇଦେଇଛି ସନ୍ଦେହ କରି ପରିବାର ଲୋକେ କବାଟ ତାଡି ଦେଖିବାରୁ ପୁଅ ଗୁରୁତର ଅବସ୍ଥାରେ ଖଟ ଉପରେ ପଡି ଛାଟିପିଟି ହେଉଛି । ଏନେଇ ପରିବାର ଲୋକେ ସଙ୍ଗେ ସଙ୍ଗେ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରିଥିଲେ । ଏବେ ସେଠାରେ ଆଶୁତୋଷଙ୍କ ଚିକିତ୍ସା ଚାଲିଛି ।

Advertisement

ତେବେ ଆଶୁତୋଷ ଏଭଳି ଆତ୍ମହତ୍ୟା ଉଦ୍ୟାମ କାହିଁକି କରିଥିଲେ ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ପରିବାର ଲୋକେ ପୁଅର ଏପରି ଅବସ୍ଥା ପାଇଁ କଲେଜକୁ ଦାୟି କରି କହିଛନ୍ତି ଯେ ସେଠାରେ ହିଁ କେହି ଆଶୁତୋଷକୁ ରାଗିଂ କରିଥିବେ ଯାହା ଫଳରେ ପୁଅ ଏପରି ପଦକ୍ଷେପ ଉଠାଇଛି । ଏନେଇ ପରିବାର ଲୋକେ ପୋଲିସ ଆଗରେ କୌଣସି ଲିଖିତ ଅଭିଯୋଗ ଆଣିନଥିଲେ । ତେବେ ସନ୍ଦେହ କରାଯାଉଛି ଯେ ଏହା ରାଗିଂ ଯୋଗୁ ହୋଇଛି ନା ଏହି ଆତ୍ମହତ୍ୟା ପଛରେ ଆଉ କିଛି କାରଣ ଲୁଚି ରହିଛି ।

Leave a Reply

Your email address will not be published. Required fields are marked *