Pratidin TV

Odisha's Digital News Platform

ଏଥର ବିନା ପରୀକ୍ଷାରେ ପାଆନ୍ତୁ ସରକାରୀ ଚାକିରୀ, ଦରମା ଶୁଣିଲେ ହୋଇଯିବେ ଖୁସି..

1 min read

ଭାରତ ସରକାରଙ୍କ ପାଖରେ ଚାକିରି ପାଇବା ପାଇଁ ମିଳିଛି ଏକ ଭଲ ସୁଯୋଗ । ସରକାରୀ ଚାକିରୀ କରିବାକୁ ସମସ୍ତଙ୍କ ଇଚ୍ଚଶ ଥାଏ ।ଏଥିପାଇଁ ଦୀର୍ଘବର୍ଷ ଧରି ପିଲାମାନେ ପ୍ରସ୍ତୁତ ହେଉ ଥାନ୍ତି । ତେବେ ପଦବୀ ସଂଖ୍ୟ କମ ଥିବାରୁ ପରୀକ୍ଷାରେ ଉନ୍ନର୍ଣ୍ଣ ହେଉଥିବା କେବଳ କମ ପିଲାଭ୍‌କୁ ସ୫ରକାରୀ ଚାକିରୀ କରିବାକୁ ମିଳିଥାଏ । ଫଳରେ ଅନେକ ପିଲାମାନେ ଏଥିରୁ ବର୍ତ୍ତିତ ହୋଇ ଯାଆନ୍ତି । ତେବେ ଏଥର କିନ୍ତୁ ପୁଣି ସରକାରୀ ସ୍ତରରେ ପିଲାମାନଙ୍କ ପାଇଁ ଭଲ ସୁଯୋଗ ଆସିଛି । ଏଥିପାଇଁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଅଧୀନରେ ଥିବା ୟଙ୍ଗ ପ୍ରଫେସନାଲ ପଦବୀ ବର୍ତ୍ତମାନ ଖାଲି ରହିଛି । ଆଇଟିପିଓ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି ।

ଯେଉଁ ପ୍ରାର୍ଥିୀମାନଙ୍କର ଏହି ପୋଷ୍ଟଗୁଡିକ ପାଇବାର ଯୋଗ୍ୟତା ରହିଛି, ସେମାନେ ଆଇଟିପିଓର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ୧୯ ନଭେମ୍ବର ୨୦୨୩ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ମୋଟ ୨୦ଟି ପଦବୀରେ ନିଯୁକ୍ତି କରାଯିବ । ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟଗୁଡିକରେ ଚାକିରି ପାଇବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ନିଶ୍ଚିତ ଭାବରେ କିଛିି ଜିନିଷଗୁଡିକ ପଢିବା ଦରକାର ।
ପ୍ରାର୍ଥୀମାନେ ବି.ଇ. ଦୁଇ ବର୍ଷ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ମ୍ୟାନେଜମେଣ୍ଟ / ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମରେ ମ୍ୟାନେଜମେଣ୍ଟ / ଏମବିଏରେ ସର୍ବନିମ୍ନ ୬୦% ମାର୍କ କିମ୍ବା ସମାନ ଗ୍ରେଡ୍ କିମ୍ବା ଦୁଇ ବର୍ଷ ସହିତ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ରହିଥିବା ଦରକାର ।
ଯୋଗ୍ୟତା ପରେ, ସରକାରୀ / ରାଜ୍ୟ ସରକାର / ସିପିଏସ୍‌ଇ / ସ୍ୱୟଂଶାସିତ ସଂସ୍ଥା / ବିଶ୍ୱବିଦ୍ୟାଳୟ / ଅନୁସନ୍ଧାନ ପ୍ରତିଷ୍ଠାନରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିବା ଉଚିତ୍ ।

Advertisement

ଆଇଟିପିଓ ଫର୍ମ ପୂରଣ ପାଇଁ ବୟସ ସୀମା କେତେ ?
ଯେଉଁ ପ୍ରାର୍ଥୀମାନେ ଏଥିରେ ଆବେଦନ କରୁଛନ୍ତି, ସେମାନଙ୍କର ବୟସ ୩୨ ବର୍ଷ ହେବା ଉଚିତ ।
ଦରମା କେତେ ପାଇବ ?
ଆଇଟିପିଓ ନିଯୁକ୍ତି ୨୦୨୩ ଅଧୀନରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଦରମା ହିସାବରେ ୬୦,୦୦୦ ଟଙ୍କା ଦିଆଯିବ ।

ଏଠାରେ ଆବେଦନ କରିବାକୁ ବିଜ୍ଞପ୍ତି ଓ ଲିଙ୍କ୍ ଦେଖନ୍ତୁ…
ITPO Recruitment 2023 Notification
ITPO Recruitment 2023 link to apply

କେମିତି ଆବେଦନ କରିବେ ?
ବିଜ୍ଞପ୍ତିରେ ଉଲ୍ଲେଖିତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ଆପଣ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ । ୧୯ ନଭେମ୍ବର ୨୦୨୩ ସୁଦ୍ଧା “ଆଇଟିପିଓ ରେ ୟଙ୍ଗ ପ୍ରଫେସନାଲ୍ ପାଇଁ ଆବେଦନ” ବିଷୟ ଅଧୀନରେ nsrwatt@itpo.gov.inକୁ ଇମେଲ୍ ମାଧ୍ୟମରେ ଆବଶ୍ୟକୀୟ ଏନକ୍ଲୋଜର ସହିତ ଉପଯୁକ୍ତ ଭର୍ତ୍ତି ପାଇଁ ଆବେଦନ ଫର୍ମର ପିଟିଏଫ ଫାଇଲ୍ ଦାଖଲ କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *